ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା : କୋଟଗଡ଼ ପୋଲିସ୍ ଦୁଇଜଣ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଅର୍ଣ୍ଣପୂର୍ଣ୍ଣା ନାମକ ଏକ ଘରୋଇ ବସରୁ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ୧୦ କିଲୋ ୧୫୦ ଗ୍ରାମ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ କୁହାଯାଉଛି।

ଖବର ଅନୁଯାୟୀ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ନିର୍ଦେଶ କ୍ରମେ ଏସ ଆଇ ବିକ୍ରମ କେଶରୀ ଦେହୁରୀ ପୋଲିସ ଟିମ ନେଇ କୋଟଗଡ଼ ପାହାଡି ଢ଼ାବା ନିକଟରେ ଅର୍ଣ୍ଣପୂର୍ଣ୍ଣା ନାମକ ବସକୁ ଅଟକାଇ ଯାଞ୍ଚ କରିଥିଲେ। ବସରୁ ଜାମସେଦପୁରର ଦୁଇ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଧରିଛି। କିନ୍ତୁ ସେମାନଙ୍କୁ କୋର୍ଟ ପଠାଇବା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଜଣେ କରୋନା ପଜିଟିଭ୍ ବାହାରିଥିବାରୁ ପୋଲିସକୁ ନାକେଦମ୍ ହେବାକୁ ପଡିଥିଲା। ଫଳରେ ଗୋଟିଏ ଦିନ ବିଳମ୍ବରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋଟଗଡ଼ ଥାନା ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *

Back to top button