ଆନ୍ତର୍ଜାତିକ ମହିଳା ଦିବସରେ ବିଜୁ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ରାଜ୍ୟରୁ ରକ୍ତାଭାବ ସଂକଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ ବିନ୍ଦୁ ଓ ଓଡିଶା ମୋ ପରିବାର ଆନୁକୁଲ୍ୟରେ ବିଜୁ ଯୁବଜନତା ଦଳ ତରଫରୁର କ୍ତଦାନ ଶିବିର ଅନୁଷ୍ଠିତହୋଇଛି।

ସେବା ଓ ତ୍ୟାଗର ପ୍ରତୀକ ପ୍ରବାଦ ପୁରୁଷବିଜୁ ପଟ୍ଟନାୟକ।ସେଜଣେ ଦୂରଦ୍ରଷ୍ଟାଏବଂ ରାଷ୍ଟ୍ରନୀତିଜ୍ଞ ଯିଏ ଆଜୀବନ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଉଥିଲେ। ତାଙ୍କ ଜନ୍ମଜୟନ୍ତୀକୁ ସ୍ମରଣକରି ଆଜି ବିଶ୍ୱମହିଳା ଦିବସ ଅବସରରେ ୫୨ ୟୁନିଟ୍‌ ରକ୍ତ ସଂଗ୍ରହ କରି ବିଜୁ ଯୁବ ଜନତା ଦଳ ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି।

ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପ ସଭାପତି ଜ୍ୟୋସ୍ନାମୟୀ ପରିଡାଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନି ଛୁରିଆ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶଶୀଭୁଷଣ ବେହେରା।

ଏହି କାର୍ଯ୍ୟକ୍ରମରେ ସାଂସଦ ଡ. ରାଜଶ୍ରୀ ମଲ୍ଲିକ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଓଡିଶାମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ପୂର୍ବତନ ବିଧାୟକ କିଶୋର ତରାଇ, ଅମିତ ମଲ୍ଲିକ, ସୁଲତା ଦେଓ, ଏଲିନା ଦାସ, ଦୁର୍ଗା ସାମନ୍ତରାୟ, ସ୍ନେହାଞ୍ଜଳୀ ମହାନ୍ତି, ମନ୍ଦାକିନୀ କର, ପ୍ରକାଶ ତ୍ରିପାଠୀ, ରବି ଛୋଟରାୟ, ଶୁଭ୍ରଜିତ ପାଢୀ, ତାରିଣୀ ପ୍ରସାଦ ନାୟକ, ପାର୍ଥସାରଥି ମିଶ୍ର ପ୍ରମୁଖ ବିଜୁ ଯୁବଜନତା ଦଳର ରାଜ୍ୟ କର୍ମକର୍ତ୍ତା ଓ ଜିଲ୍ଲା କର୍ମକର୍ତ୍ତା ଯୋଗଦେଇଥିଲେ। ବିଭୁପ୍ରସାଦ ସ୍ୱାଇଁ, ଜୟଶ୍ରୀ ଧଳ, ଅମିତ ପ୍ରକାଶ ନାୟକ, ବିରେନ୍ଦ୍ର ପ୍ରସାଦ ଦାସ, ପ୍ରଜ୍ଞାଗାୟତ୍ରୀ ପଣ୍ଡା, ତୃପ୍ତିମୟୀ ପରିଡା, ସବନମ୍‌, ସୌମ୍ୟଦିପ୍‌ ଘୋଷ, ମଧୁସ୍ମିତା ଦାସ, ସସ୍ମିତା, ସୁଶୃତ ମହାନ୍ତି, ରାଜଲକ୍ଷ୍ମୀ ବେହେରା, ଶିବାନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button