ଆପାର୍ଟମେଣ୍ଟରୁ ମିଳିଲା ଭାରତୀୟ ଦମ୍ପତ୍ତିଙ୍କ ମୃତହେଦ

ନ୍ୟୁଜର୍ସି : ଆମେରିକାରେ ନ୍ୟୁ ଜର୍ସିର ଏକ ଆପାର୍ଟମେଣ୍ଟରୁ ଭାରତୀୟ ଦମ୍ପତ୍ତିଙ୍କ ମୃତଦେହ ମିଳିଛି। ସେମାନଙ୍କ ୪ ବର୍ଷୀୟା ଶିଶୁକନ୍ୟା ବାଲକୋନିରେ କାନ୍ଦୁଥିବା ଦେଖି ପଡ଼ୋଶୀମାନେ ଯାଇ ଏହି ଅଭାବନୀୟ ଦେଖିଥିଲେ। ଆମେରିକା ପୋଲିସର ପ୍ରାଥମିକ ତଦନ୍ତ ପରେ ଜଣାପଡିଛି ଦମ୍ପତ୍ତିଙ୍କୁ ଛୁରୀରେ ହତ୍ୟା କରାଯାଇଛି। ତେବେ ସଠିକ ତଥ୍ୟ ଜଣାପଡି ନାହିଁ।

ଖବର ଅନୁଯାୟୀ ଆଇଟି ପ୍ରଫେସନାଲ ବାଲାଜୀ ଭରତ ରୁଦ୍ରଓ୍ଵାର ୨୦୧୪ରେ ଆରତୀ ବାଲାଜୀ ରୁଦ୍ରଓ୍ଵାରଙ୍କୁ ବିବାହ କରିଥିଲେ। ପରେ ସପତ୍ନୀକ ଆମେରିକା ଚାଲିଯାଇ ନ୍ୟୁ ଜର୍ସିର ଉତ୍ତର ଆର୍ଲିଙ୍ଗଟନ୍‌ ବୋରୱେଲର ରିଭରଭ୍ୟୁ ଗାର୍ଡେନ୍‌ କମ୍ପ୍ଲେକ୍ସରେ ଥିବା ୨୧ଗାର୍ଡେନ୍‌ ଟେରସ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ପୋଲିସ ସନ୍ଧେହ କରୁଛି ବାଲାଜୀ ପ୍ରଥମେ ପତ୍ନୀ ଆରତୀଙ୍କୁ ଛୁରୀରେ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥାଇ ପାରନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।

ଭାରତରେ ରହୁଥିବା ବାଲାଜୀଙ୍କ ପିତା ଗଣମାଧ୍ୟମକୁ କହିଛନ୍ତି ବୁଧବାର ପଡୋଶୀମାନେ ମୋ ନାତୁଣୀ ବାଲକୋନିରେ କାନ୍ଦୁଥିବା ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘରଭିତରୁ ଦୁହିଁଙ୍କର ମୃତଦେହ ଉଦ୍ଧାର କରିଥିଲା। ମୋ ବୋହୂ ସାତ ମାସର ଗର୍ଭବତୀ ଥିଲା। ଆମେ ସେମାନଙ୍କ ଘରକୁ ଯାଇଥିଲୁ। ସେମାନଙ୍କ ସହିତ ରହିବା ପାଇଁ ପୁଣି ଆମେରିକା ଯିବା ପାଇଁ ଯୋଜନା କରୁଥିଲୁ। ସେମାନେ ଏକ ସୁଖୀ ପରିବାର ଥିଲେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button