Breaking Newsବାଣିଜ୍ୟ

ଆପୋଲୋ ଟିକାକରଣ କେନ୍ଦ୍ରରେ କୋଭିଡ୍‌-୧୯ ଟିକାର ଡ୍ରାଏ ରନ୍‌

ଭୁବନେଶ୍ୱର : କୋଭିଡ୍‌-୧୯ ଟିକାର ଦ୍ୱିତୀୟ ଦେଶବ୍ୟାପୀ ଡ୍ରାଏ ରନ୍ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ନୁଙ୍ଗାମବାକମ୍‌ର ୱେଲେସ୍ ଗାର୍ଡେନ୍‌ଠାରେଥିବା ଆପୋଲୋ ଟିକାକରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ପ୍ରକୃତ ଟିକାକରଣକୁ ସୁଚାରୁରୂପେ ସମ୍ପାଦିତ କରିବା ଲାଗି ଏହି ଡ୍ରାଏ ରନ୍ କରାଯାଉଛି। ଲୋକମାନଙ୍କ ଜୀବନ ରକ୍ଷା କରିବାରେ ସାମ୍ନାରେ ରହି ଲଢ଼େଇ କରୁଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଡକ୍ଟର ହର୍ଷବର୍ଦ୍ଧନ ଶୁଭକାମନା ପ୍ରଦାନ କରିଛନ୍ତି।

ଏହି ବିଶାଳ ମକ୍ ଡ୍ରିଲ୍ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୭୩୬ଟି ଜିଲ୍ଲାରେ କରାଯାଇଥିଲା। ଏହି ପରିଦର୍ଶନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସରକାରୀ ଜେନେରାଲ୍ ହସ୍ପିଟାଲ୍ ଓ ଚେନ୍ନାଇର ସରକାରୀ ଓମାନଦୁରାର ହସ୍ପିଟାଲ୍ ପରିଦର୍ଶନ କରିିଥିଲେ। ଏହି ଅବସରରେ ମିସ୍ ପ୍ରିଥା ରେଡ୍ଡି, ଉପାଧ୍ୟକ୍ଷା, ଆପୋଲୋ ହସ୍ପିଟାଲସ୍ କହିଛନ୍ତି ଜାନୁଆରି ୮ରେ ରାଜ୍ୟରେ କୋଭିଡ୍ ଡ୍ରାଏ ରନ୍ କରିବା ଆପୋଲୋ ହସ୍ପିଟାଲସ୍ ପାଇଁ ଏକ ସୌଭାଗ୍ୟ । କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ସେବା ଯୋଗାଇ ଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରିବା ପ୍ରକ୍ରିୟାର ଏକ ଅଂଶ ଭାବେ ଏହା ଏକ ସମ୍ମାନଜନକ ସୁଯୋଗ । ସରକାରଙ୍କ ସହ ମିଶି ଆପୋଲୋରେ ଏହି ପରୀକ୍ଷଣ ସହିତ ନୂଆବର୍ଷରେ ଆମେ କୋଭିଡ୍‌-୧୯ କବ୍‌ଜାରୁ ଦେଶବାସୀଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିବୁ।

ମିସ୍ ସୁନୀତା ରେଡ୍ଡି, ପରିଚାଳନା ନିର୍ଦେଶକ, ଆପୋଲୋ ହସ୍ପିଟାଲସ୍ ଗ୍ରୁପ୍ କହିଛନ୍ତି ଦେଶର ସର୍ବବୃହତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଭାବେ କୋଭିଡ୍‌-୧୯ ବିରୋଧ ଲଢ଼େଇରେ ଦେଶ ସହିତ ଅଂଶଗ୍ରହଣ କରିବା ଓ ଭାରତକୁ ସୁସ୍ଥକର ଓ ସୁରକ୍ଷିତ ରଖିବା ହେଉଛି ଆମର ଦାୟିତ୍ୱ । କରୋନା ମହାମାରୀ ସମୟରେ ଦେଶବାସୀଙ୍କୁ ସେବା ଯୋଗାଇ ଥିବା ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ପ୍ରଦାନ କରିବା ପ୍ରକ୍ରିୟାର ଏକ ଅଂଶ ଭାବେ ଏହା ଏକ ସମ୍ମାନଜନକ ସୁଯୋଗ । ସରକାର, ସରକାରୀ ଏଜେନ୍ସି ଏବଂ ସ୍ୱାସ୍ଥ୍ୟ ସେବା ନେଟୱର୍କ ସହ ମିଶି କାର୍ଯ୍ୟ କରିବା ହେଉଛି ସୌଭାଗ୍ୟର ବିଷୟ ଯାହା ନିଶ୍ଚିତ କରିବ ଯେ ସଂଖ୍ୟାଧିକ ଆଗଧାଡ଼ିର କର୍ମୀ ଏବଂ ସ୍ୱାସ୍ଥ୍ୟ ଲୋକମାନଙ୍କୁ ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ରଖାଯାଇଥିବ ଯୋଜନା ଅନୁସାରେ ଶୀଘ୍ର ଏବଂ ସୁରକ୍ଷିତ ଭାବେ ଟିକା ଦିଆଯାଇପାରିବ। କୋଭିଡ୍ ଟିକା ଡ୍ରାଏ ରନ୍‌ରେ ପରିଚାଳନା ବ୍ୟବସ୍ଥା, ଆସେମ୍ବଲି ହିତାଧିକାରୀ, ଉପଯୁକ୍ତ ଶାରିରୀକ ଦୂରତା, ପରିଚୟ ଚିହ୍ନଟ, ଟିକା ସଟ୍‌ର ପରିଚାଳନା, ଶୀତଳଭଣ୍ଡାର ରକ୍ଷଣାବେକ୍ଷଣ, ଉପଯୁକ୍ତ ଜୈବ ମେଡିକାଲ୍ ବର୍ଜ୍ୟ ପରିଚାଳନା, କୋୱିନ୍ ଆପ୍ ଡାଟାର ମାନ୍ୟତା, ଟିକାକରଣ ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଅନୁଧ୍ୟାନ, ଏଇଏଫ୍‌ଆଇ ପରିଚାଳନା ଆଦି ସାମିଲ ଥିଲା।

ମତାମତ ଦିଅନ୍ତୁ ।

Back to top button