ଆଶା ଓ ଏଏନ୍‌ଏମ୍‌ ଦିଦିଙ୍କୁ ଗାଁ ଲୋକଙ୍କ ମାଡ

ଜଳେଶ୍ୱର : ଭୋଗରାଇ ଥାନା ବାରବାଟିଆରେ ଆଶା ଓ ଏଏନ୍‌ଏମ୍‌ ଦିଦିଙ୍କୁ ମାଡ଼। ଟିଏମ୍‌ସିରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ରମାକାନ୍ତ ଦାସ ନାମକ ଯୁବକ ଗତ ୨୦ ତାରିଖରେ ଆଫ୍ରିକାରୁ ଫେରି ଭୋଗରାଇ ବାରବାଟିଆ ଟିଏମ୍‌ସିରେ ରହୁଥିଲେ। ଗତକାଲି ରାତିରେ ସବୁଦିନପରି ଶୋଇବାକୁ ଯାଇଥିଲେ। କିନ୍ତୁ ଆଜି ସକାଳେ ଉଠିବା ବିଳମ୍ବ ହେବାରୁ ଅନ୍ତେବାସୀମାନେ ତାଙ୍କୁ ଡାକିଥିଲେ। ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଟିଏମ୍‌ସିରେ ରମାକାନ୍ତଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ। ହତ୍ୟାକାରୀଙ୍କ ଗିରଫ ଓ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଟିଏମ୍‌ସି କେନ୍ଦ୍ରରେ ତାଲା ପକାଇ ଦେଇଥିଲେ। ଏହି ସମୟରେ ଆଶା ଓ ଏଏନ୍‌ଏମ୍‌ ଦିଦି ପାଚେରୀ ଡେଇଁ ପଳାଇ ଯାଉଥିବା ଦେଖି ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।