ଆସମରେ ଭୂମିକମ୍ପ : ଉତ୍ତରପୂର୍ବାଞ୍ଚଳ ଓ ବଙ୍ଗରେ କମ୍ପନ

ଗୌହାଟି : ଉତ୍ତରପୂର୍ବ ଭାରତରେ ଆଜି ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଆସମର ତେଜପୁର ଉତ୍ପତ୍ତିସ୍ଥଳ ହୋଇଥିବା ବେଳେ ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଓ ଉତ୍ତରପୂର୍ବାଞ୍ଚଳରରେ ଭୂକମ୍ପ ଅନୁଭୂତ ହୋଇଛି।

ବୁଧବାର ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି ସୂଚନା ଅନୁଯାୟୀ ରିକ୍ଟର୍‌ ସ୍କେଲ୍‌ରେ ୬.୪ ତୀବ୍ରତା ରେକର୍ଡ ହୋଇଛି। ସକାଳ ୭.୫୫ରେ ଭୂମିକମ୍ପର ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ହେଉଛି ଆସାମ ଅନ୍ତର୍ଗତ ତେଜପୁର ଠାରୁ ୪୩ କିଲୋମିଟର ଦୂରବର୍ତ୍ତୀ ପଶ୍ଚିମାଞ୍ଚଳ। ବଡ଼ ଧରଣର ପ୍ରଥମ ଭୂକମ୍ପନ ହେବା ପରେ ଆଉ ଦୁଇଟି କମ୍ପନ ଅନୁଭୂତ ହୋଇଥିଲା। ଭୂମିକମ୍ପ ପରବର୍ତ୍ତୀ ପ୍ରଥମ କମ୍ପନ ଅନୁଭୂତ ହୋଇଥିଲା ସକାଳ ପ୍ରାୟ ୭.୫୫ ସମୟରେ। ଏହାର ଅଳ୍ପ କିଛି କ୍ଷଣ ପରେ ସଂଘଠିତ ହୋଇଥିଲା ଦ୍ୱିତୀୟ କମ୍ପନ। ରିକ୍ଟର୍‌ ସ୍କେଲ୍‌ରେ ଏହି ଦୁଇଟି କମ୍ପନର ତୀବ୍ରତା ଥିଲା ଯଥାକ୍ରମେ ୪.୩ ଓ ୪.୪ ଥିବା କୁହାଯାଇଛି।

ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ଟୁଇଟ୍‌ କରି ସମସ୍ତଙ୍କ ମଙ୍ଗଳକାମନା କରିଛନ୍ତି। ସତର୍କ ରହିବାକୁ ଅନୁରୋଧ କରୁଛି। ସବୁ ଜିଲ୍ଲାରୁ ସଦ୍ୟତମ ସୂଚନା ସଂଗ୍ରହ କରୁଛି। ଭୂମିକମ୍ପର ପ୍ରଭାବ ବିଷୟରେ ଅବଗତ କରାଇବାକୁ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଭଙ୍ଗା ପାଚେରି ମଧ୍ୟରେ ଥିବା ଏକ ଘର ଭିତରର ଭାଙ୍ଗିପଡ଼ିଥିବା କାନ୍ଥର ଫଟୋ ସେୟାର୍‌ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button