ଆସାମ ସରକାରୀ ଫର୍ମରେ ରହିଲା କିନ୍ନରଙ୍କ ପାଇଁ ବିକଳ୍ପ

ଦିସପୁର : ଆସାମ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରାର୍ଥୀଙ୍କ ପାଇଁ କିନ୍ନର ବିକଳ୍ପକୁ ସାମିଲ କରିଛନ୍ତି ଆସମା ସରକାର। ଏପରି କରିବାରେ ଆସାମ ହେଉଛି ଦେଶର ପ୍ରଥମ ରାଜ୍ୟ। ଯାହାଫଳରେ ତୃତୀୟଲିଙ୍ଗୀ ପରୀକ୍ଷାର୍ଥୀମାନେ କିନ୍ନର ବିକଳ୍ପରେ ନିଜର ଫର୍ମ ପୂରଣ କରିପାରିବେ।

ଚଳିତବର୍ଷ ମୋଟ୍ ୪୨ଜଣ ତୃତୀୟ ଲିଙ୍ଗୀ କମ୍ବାଇଣ୍ଡ୍ କମ୍ପିଟିଏଟିଭ୍ ପରୀକ୍ଷା ବା ସିସିଇ ପାଇଁ ଆବେଦନ କରିଛନ୍ତି। ଏପିଏସସି ଦ୍ଵାରା ଆୟୋଜିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀମାନେ ରାଜ୍ୟ ସରକାରଙ୍କ ବରିଷ୍ଠ ପଦବୀରେ ଅବସ୍ଥାପିତ ହେବେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏପିଏସସି ଅଧ୍ୟକ୍ଷ ପଲ୍ଲବ ଭଟାଚାର୍ଯ୍ୟ କହିଛନ୍ତି ପ୍ରଥମେ ତୃତୀୟ ଲିଙ୍ଗୀଙ୍କ ପାଇଁ ଆବେଦନ ବେଳେ କୌଣସି ବିକଳ୍ପ ନଥିଲା। କିନ୍ତୁ ପରେ ଏଥିରେ ନୂଆ ବିକଳ୍ପକୁ ସାମିଲ କରାଯାଇଛି। ତୃତୀୟଲିଙ୍ଗୀଙ୍କ ପାଇଁ ଲଢୁଥିବା ସମାଜସେବୀ ସ୍ୱାତୀ ବିଧାନ ବରୁହା ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତାଙ୍କ ସହିତ ଆଲୋଚନା ପରେ ତୃତୀୟ ଲିଙ୍ଗୀଙ୍କ ପାଇଁ ଏକ ବିକଳ୍ପ ବା କ୍ୟାଟାଗୋରୀ ସାମିଲ କରାଯାଇଛି।

ମତାମତ ଦିଅନ୍ତୁ ।