ଆସନ୍ତା ବର୍ଷ ରାଜ୍ୟର ୩ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର : ଆସନ୍ତାବର୍ଷ ରାଜ୍ୟର ୩ଟି ନୂଆ ମେଡିକାଲ କଲେଜର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ତାଳଚେର, ସୁନ୍ଦରଗଡ଼ ଓ ପୁରୀରେ ନିର୍ମାଣାଧୀନ ନୂଆ ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା କରିବା ଅବସରରେ ଆଗାମୀ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ଶେଷ କରି ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମ୍‌ସିଆଇ)କୁ ଜଣାଇବା ପାଇଁ କହିଛନ୍ତି।

ସୂଚନାଯୋଗ୍ୟ ପ୍ରତି ମେଡିକାଲ କଲେଜରେ ୧୦୦ଟି ଲେଖାଏଁ ସିଟ୍‌ ରହିବ। ତାଳଚେରରେ ମେଡିକାଲ କଲେଜ ଏମ୍‌ସିଏଲ୍‌ ସହଯୋଗରେ ନିର୍ମାଣ ହେଉଛି। ବିନା ଲାଭ-କ୍ଷତିରେ ଟ୍ରଷ୍ଟ ଦ୍ଵାରା ଚାଲିବ ତାଳଚେର ମେଡିକାଲ କଲେଜ, ଡିସେମ୍ବର ସୁଦ୍ଧା ଭିତ୍ତିଭୂମି ନିର୍ମାଣ କାମ ସାରିବାକୁ ନିର୍ଦେଶ ହୋଇଛି। ସେହିପରି ପୁରୀରେ ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା ହେବ।

ମତାମତ ଦିଅନ୍ତୁ ।