ଆସନ୍ତା କାଲି ହେବ ପାଇଲଟଙ୍କ ଆବେଦନ ଉପରେ ଶୁଣାଣି

ଜୟପୁର : ରାଜସ୍ଥାନରେ ପାଇଲଟ ଓ ଗେହଲଟ ବିବାଦ କୋର୍ଟରେ ପହଞ୍ଚିଛି। ରାଜସ୍ଥାନ ବିଧାନସଭା ବାଚସ୍ପତି ନୋଟିସ୍‌ ବିରୋଧରେ ସଚିନ ଓ ତାଙ୍କ ସମର୍ଥକ ଅନ୍ୟ ୧୮ ବିଧାୟକ ଆଜି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ କରିବା ସହ ପୁଣିଥରେ ନୋଟିସ୍‌ ବିରୋଧରେ ସଂଶୋଧିତ ଆବେଦନ ଦାଖଲ କରିବାକୁ କହିଥିବା ବେଳେ ସମୟ ମଧ୍ୟ ଦେଇଛନ୍ତି।

ଗୁରୁବାର ଅପରାହ୍ନରେ କୋର୍ଟ ଏହି ଆବେଦର ଶୁଣାଣି କରିବାର ଥିଲା। ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ମୁକୁଲ ରୋହତଗୀ ସଂଶୋଧିତ ପିଟିସନ ଦାଖଲ ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ। ସାଲଭେ କହିଥିଲେ ବିଧାୟକମାନେ ସେମାନଙ୍କ ପାଖକୁ ଆସିଥିବା ଅଯୋଗ୍ୟ ଘୋଷଣା ନୋଟିସ୍‌ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଜବାବ ଦେବାକୁ ବାଚସ୍ପତି କହିଛନ୍ତି। ନଚେତ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ଧମକ ମିଳିଛି।

  କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା : ବିଜେଡି

ଏହି ନୋଟିସ ବିରୋଧରେ ବିଧାୟକମାନେ ସଂଶୋଧିତ ପିଟିସନ ଦାଖଲ କରିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏଥିପାଇଁ କିଛି ସମୟ ମିଳିବା ଦରକାର। ଏହାପରେ ଆବେଦନ ଦାଖଲ କରିବାକୁ କୋର୍ଟ ପାଇଲଟ କ୍ୟାମ୍ପଙ୍କୁ ସମୟ ଦେଇଛନ୍ତି। ଆସନ୍ତାକାଲି ସଂଶୋଧିତ ଆବେଦନ ଉପରେ ହାଇକୋର୍ଟର ଡିଭିଜନ ବେଞ୍ଚରେ ଶୁଣାଣି କରାଯିବ।

ମତାମତ ଦିଅନ୍ତୁ ।