ଆସନ୍ତା କାଲିରୁ ମହଙ୍ଗା ହେବ ଏସବୁ ଜିନିଷ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଥିବାରୁ କେତେକ ସାମଗ୍ରୀର ଦାମ୍‌ ବଢ଼ିବ। ଏସବୁ ଉପରେ ଲାଗୁ ହେବ ବର୍ଦ୍ଧିତ ମୂଲ୍ୟ। ସେହିକ୍ରମରେ ସମସ୍ତ ଅଟୋ ମୋବାଇଲ କମ୍ପାନୀ କାର୍‌ ଓ ବାଇକ୍‌ ମୂଲ୍ୟରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ମାରୁତି ସୁଜୁକି ସମେତ ନିସାନ ଓ ରେନଲ୍ଡ କାର୍‌ ମହଙ୍ଗା ହେବ। ଦୁଇ ଚକିଆ ଯାନ ଓ ଟ୍ରାକ୍ଟର ମୂଲ୍ୟ ବୃଦ୍ଧି ଘଟିବ।

ସେହିପରି ସମସ୍ତ ପ୍ରକାରର ଏଲ୍‌ଇଡି, ଏଲ୍‌ସିଡି ଓ କର୍ଭ ଟଭିର ଦାମ୍‌ ଏପ୍ରିଲ ପହିଲାରୁ ୨ ହଜାରରୁ ୩ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବ। ବଢ଼ିବ ମୋବାଇଲ ଫୋନ ଦାମ୍‌। ଚଳିତ ବଜେଟରେ ଇଲେକ୍‌ଟ୍ରୋନିକ ଉତ୍ପାଦ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି ଘୋଷଣା କରାଯାଇଛି। ଯାହାଫଳରେ ମୋବାଇଲ୍ ପୋର୍ଟ, ମୋବାଇଲ୍ ଚାର୍ଜର୍, ଆଡାପ୍ଟର, ବ୍ୟାଟେରୀ ଓ ହେଡଫୋନ୍ ମୂଲ୍ୟ ବୃଦ୍ଧି ହେବ। ସବୁଠୁ ମହଙ୍ଗା ହେବ ପ୍ରିମିୟମ୍ ରେଞ୍ଜ୍ ସ୍ମାର୍ଟଫୋନ୍। ଏହାଛଡା ଏୟାର କଣ୍ଡିସନର ଓ ଫ୍ରିଜ ଦାମ ୧୫ଶହରୁ ୨ ହଜାର ଟଙ୍କା ଯାଏଁ ବଢିବ।

ମହଙ୍ଗା ହେବ ବିମାନ ଯାତ୍ରା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏପ୍ରିଲ ୧ ତାରିଖରୁ ବାୟୁ ସୁରକ୍ଷା ଦେୟ ବୃଦ୍ଧି କରିବାକୁ ଯାଉଛି। ଯାହାଫଳରେ ଘରୋଇ ବିମାନରେ ଭଡା ଅତି କମରେ ୫ ପ୍ରତିଶତ ବୃଦ୍ଧି କରାଯିବ। ଯାତ୍ରୀମାନଙ୍କୁ ବିମାନବନ୍ଦର ସୁରକ୍ଷା ଫି ବାବଦକୁ ୨୦୦ ଟଙ୍କା ଓ ବିଦେଶୀ ଯାତ୍ରୀଙ୍କ ପାଇଁ ୧୨ ଡଲାର ଦେବାକୁ ପଡିବ। ଅନୁରୂପ ନୂଆ ଆର୍ଥିକ ବର୍ଷରୁ ଇନ୍‌ସୁରାନ୍ସ ପ୍ରିମିୟରରେ ବିମା କମ୍ପାନୀଗୁଡିକ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରିବାକୁ ଘୋଷଣା କରିଥିବା ବେଳେ ବିଦେଶୀ ମଦ ଓ ଷ୍ଟିଲ ଜାତୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ।

Leave a Reply

Your email address will not be published. Required fields are marked *

Back to top button