ଆସନ୍ତା ରବିବାରରୁ ଶ୍ରୀମନ୍ଦିର ଦର୍ଶନ ବନ୍ଦ

ପୁରୀ : ରାଜ୍ୟରେ କରୋନାର ଦ୍ଵିତୀୟ ଲହର ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ତେଣୁ ଆସନ୍ତା ରବିବାର ଠାରୁ ଭକ୍ତଙ୍କ ପାଇଁ ମନ୍ଦିର ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଗତବର୍ଷ କରୋନା ପାଇଁ ମନ୍ଦିରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଥିଲା। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିବା ପରେ ନିକଟରେ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଥିଲା ଅନୁମତି। କିନ୍ତୁ ରବିବାର ଦର୍ଶନ ବନ୍ଦ ରହୁଥିଲା। ଏବେ ସଂକ୍ରମଣ ବଢିବାରୁ ପୁଣି ମନ୍ଦିର ପ୍ରଶାସନ କଟକଣା ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button