ଆସନ୍ତା ସପ୍ତାହରୁ ଫେରିଯିବ ମୌସୁମୀ

ନୂଆଦିଲ୍ଲୀ : ଦକ୍ଷିଣ ପଶ୍ଚିମ ମୌସୁମୀ ଆସନ୍ତା ସପ୍ତାହରୁ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିବ। ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ତାଙ୍କ ସୂଚନା ହେଲା ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହୋଇଯାଇଛି। ପୂର୍ବରୁ କୁହାଯାଇଥିଲା ସେପ୍ଟେମ୍ବର ୧୭ରୁ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏହା ବିଳମ୍ବିତ ହୋଇଛି ।

ମତାମତ ଦିଅନ୍ତୁ ।