ଆସନ୍ତାକାଲିଠାରୁ ସରକାରୀ ସ୍କୁଲରେ ନାମଲେଖା

ଭୁବନେଶ୍ୱର : ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଆସନ୍ତାକାଲିଠାରୁ ନାମଲେଖା ଆରମ୍ଭ ହେବ। ସେଥିପାଇଁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଡିଇଓ, ବିଇଓ ଓ ଦିପିସିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଣଶିକ୍ଷା ବିଭାଗର ଚିଠି ଅନୁଯାୟୀ କାର୍ଯ୍ୟ ଦିବସରେ ସକାଳ ୭ଟାରୁ ୯.୩୦ ପର୍ଯ୍ୟନ୍ତ ନାମଲେଖା ଚାଲିବ। ଏକସମୟରେ ୫ ଜଣରୁ ଅଧିକ ଅଭିଭାବକ ସ୍କୁଲରେ ପ୍ରବେଶ କରିପାରିବେ ନାହିଁ। କୋଭିଡ୍‌ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ କୁହାଯାଇଥିବା ବେଳେ ଏ ସମ୍ପର୍କରେ ଶିକ୍ଷା ସଂଯୋଗ ଦ୍ୱାରା ହ୍ୱାସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବାକୁ ଚିଠିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button