ଆସିକା : ଦୁର୍ଘଟଣାରେ ମାଉସୀ ଓ ଝିଆରୀ ମୃତ

ଗଞ୍ଜାମ : ଆସିକା ଥାନା ଅନ୍ତର୍ଗତ କୋଟିନଡ଼ା ଫାଣ୍ଡି ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ମାଉସୀ ଓ ଝିଆରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛି ୧୦ ବର୍ଷର ନାବାଳକ।

ଖବର ଅନୁଯାୟୀ ଗର୍ଭବତୀ ରଶ୍ମିତା ପରିଡା ଓ ତାଙ୍କ ଝିଆରୀ ଆଶାରାଣୀ ଖଣ୍ଡୁଆଳ ମର୍ଣ୍ଣିଙ୍ଗ ୱକରେ ଯାଉଥିଲେ। ଆସିକା ଓ କବିସୁର୍ଯ୍ୟନଗର ମୁଖ୍ୟ ରାସ୍ତାର କେ. ଲଛମନପଲି ନିକଟ ମସାଣି ପାଖ ରୋଡ ନିକଟରେ ଏକ ଅଜଣା ଗାଡି ଏମାନଙ୍କୁ ଧକ୍କା ଦେଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଛି ରଶ୍ମିତାଙ୍କ ଦଶ ବର୍ଷର ମୁତ ପୁଅ ରାଜା। ଦୁର୍ଘଟଣା ସ୍ଥଳରେ ରଶ୍ମିତାଙ୍କର ମୁତ୍ୟୁ ହୋଇଥିଲା। ଗୁରୁତର ଆଶାରାଣୀର ଆସିକା ମେଡିକାଲରେ ମୁତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଗାଡି ପଳାଇ ଯାଇଥିବାରୁ ଆସିକା ପୋଲିସ ତଦନ୍ତ ଚଳାଇଛି।

ମତାମତ ଦିଅନ୍ତୁ ।