ଆସ୍ଥା ଭୋଟରେ ଜିତିଲେ ହରିୟାଣାର ଖଟ୍ଟର ସରକାର

0

ନୂଆଦିଲ୍ଲୀ : ହରିୟାଣାରେ ମନୋହର ଲାଲ ଖଟ୍ଟର ସରକାର ଆଜି ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପି-ଜେଜେପି ସରକାରଙ୍କୁ ମିଳିଛି ୫୦ଟି ଭୋଟ। ଏହି ଆସ୍ଥା ଭୋଟରେ ବିଜେପିର ୩୯, ସହଯୋଗୀ ଦଳ ଜନନାୟକ ଜନତା ଦଳର ୧୦, ସ୍ଵାଧୀନ ୫ ଓ ହରିୟାଣା ଲୋକହିତ ପାର୍ଟିର ଜଣେ ବିଧାୟକ ସରକାରଙ୍କ ସପକ୍ଷରେ ଭୋଟ ଦେଇଥିବା ବାଚସ୍ପତି ଜ୍ଞାନଚାନ୍ଦ ଗୁପ୍ତା ଘୋଷଣା କରିଛନ୍ତି।

ଖବର ଅନୁଯାୟୀ କୃଷକ ଆନ୍ଦୋଳନକୁ ନେଇ ବିରୋଧୀ ଦଳମାନେ ଖଟ୍ଟର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନେ ଦର୍ଶାଇଥିଲେ ଏହି ଆନ୍ଦୋଳନକୁ ହରିୟାଣା ସରକାର ଠିକଭାବେ ପରିଚାଳନା କରିନାହାନ୍ତି। ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ହୁଡ଼ା କହିଛନ୍ତି କୃଷି ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା ଶତାଧିକ କୃଷକଙ୍କୁ ଅସମ୍ମାନ କରିଛନ୍ତି। ତେବେ ଆସ୍ଥା ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଖଟ୍ଟର ବିଧାନସଭାରେ ମନ୍ତବ୍ୟ ରଖି କହିଥିଲେ ପ୍ରତି ୬ ମାସରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା କଂଗ୍ରେସର ଏକ ଅଭ୍ୟାସ ହୋଇଗଲାଣି।

Leave A Reply

Your email address will not be published.