ଆତଙ୍କ ଖେଳାଇ ଜଙ୍ଗଲକୁ ପଳାଇଲା ଭାଲୁ

ଭବାନୀପାଟଣା : ଭାଲୁ ଧରିବାକୁ ଯାଇ ଫେଲ ମାରିଲେ ଜଙ୍ଗଲ ବିଭାଗ କର୍ମଚାରୀ। ଏହି ଘଟଣା ଭବାନୀପାଟଣାରେ ଦେଖିବାକୁ ମିଳିଛି। ଗତକାଲି ସହର ଭିତରକୁ ପଶି ଆସିଥିବା ଭାଲୁଟି ଦିନ ତମାମ ଆତଙ୍କ ଖେଲାଇଥିଲା। ରାତି ଅଧରେ ଜଙ୍ଗଲକୁ ଚମ୍ପଟ ମାରିଥିବା ବେଳେ ଦୁଇଜଣଙ୍କୁ ଆକ୍ରମଣ କରି ଆହତ କରିଛି। ସେମାନେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ରାତିରେ ଭାଲୁଟି ଭବାନୀପାଟଣା ସହରକୁ ପଶି ଆସିଥିଲା। ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ୍‌ ଭାଲୁକୁ ଦେଖି ବନ ବିଭାଗକୁ ଖବର ଦେବାରୁ ଭାଲୁକୁ ଧରିବାକୁ ବନ ବିଭାଗ ଓ ପୋଲିସ୍‌ କର୍ମଚାରୀ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇପାରିଲେ ନାହିଁ। ଭାଲୁଟି ସହରର ମୁଖ୍ୟ ରାସ୍ତାରେ ବୁଲୁଥିବାରୁ ତାକୁ ଦେଖିବାକୁ ରବଳ ଗହଳି ହୋଇଥିଲା। ଏହି ସମୟରେ ଭାଲୁ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା। କୁଟିଆ ସିଂ ନାମକ ଜଣେ ବ୍ୟକ୍ତି ଏମାନଙ୍କୁ ଭାଲୁ କବଳରୁ ରକ୍ଷା କରିଥିଲେ। ଜଣେ ଭବାନୀପାଟଣା ମେଡିକାଲ ଓ ଅନ୍ୟ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏସବୁ ପରେ ଜଙ୍ଗଲ ବିଭାଗ କର୍ମଚାରୀ ରାତିସାରା ଭାଲୁକୁ ଜଗି ରହିଥିଲେ। ହେଲେ ରାତି ପ୍ରାୟ ୩ ଟା ବେଳେ ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।