ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ୧୪୪

ଗୌହାଟି : ଆସାମର ଗୌହାଟିରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି। କିଛି ଅସାମାଜିକ ଲୋକ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ଗୁଇନ୍ଦା ଏଭଳି ରିପୋର୍ଟ ଆଧାରରେ ସରକାର ୧୪୪ ଧାରା ଜାରି କରିଥିବା ଗୌହାଟି ପୋଲିସ ସୂଚନା ଦେଇଛି।

ଶୁକ୍ରବାର ଗୌହାଟି ଡେପୁଟି କମିଶନର ରଣବୀର ଗୁରୁବାର ଏକ ବିଜ୍ଞପ୍ତି ଜିଲ୍ଲାବାସୀଙ୍କ ପାଇଁ ଜାରି କରିଛନ୍ତି। ଯେ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଅନୁମତି ନଦେଇଛି ସେ ପର୍ଯ୍ୟନ୍ତ କାହାରିକୁ ଘର ଭଡ଼ା ନଦେବା ପାଇଁ ଜିଲ୍ଲାବାସୀଙ୍କୁ କୁହାଯାଇଛି। କିଛି ଆତଙ୍କବାଦୀ କିମ୍ୱା ଅସାମାଜିକ ବ୍ୟକ୍ତି ଲୁଚିଥିବା ଗୁଇନ୍ଦା ଆଶଙ୍କା ପ୍ରକାଶ କରିଥିବାରୁ ଜିଲ୍ଲାର ସ୍ଥିତି ବାବଦରେ ପୋଲିସ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ।

ମତାମତ ଦିଅନ୍ତୁ ।