ଆତଙ୍କବାଦୀ ଆକ୍ରମରେ ୨ ଯବାନ ସହିଦ, ୩ ଆହତ

ଶ୍ରୀନଗର : ଦକ୍ଷିଣ କଶ୍ମୀରର ପାମ୍ପୋର ଅନ୍ତର୍ଗତ କାନ୍ଦିଜାଲ ସେତୁ ନିକଟରେ ଆତଙ୍କବାଦୀମାନେ ପାଟ୍ରୋଲିଙ୍ଗ୍ ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ଆଜି ଅପରାହ୍ଣରେ ଘଟିଥିବା ଏହି ଘଟଣାରେ ୨ଜଣ ସିଆର୍‌ପିଏଫ୍ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ସିଆର୍‌ପିଏଫ୍ ୧୧୦ ବାଟାଲିୟାନ୍‌ର ଏହି ଯବାନମାନେ ଜମ୍ମୁ ଓ କଶ୍ମୀର ପୋଲିସଙ୍କ ସହ ମିଶି ପୁଲ୍‌ୱାମା ଜିଲ୍ଲା ପାମ୍ପୋର୍‌ରେ ଥିବା କାନ୍ଦିଜାଲ ସେତୁ ନିକଟରେ ‘ରୋଡ୍‌ ଓପେନିଙ୍ଗ୍’ ଡିୟୁଟି କରୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପ‌ରକୁ ଗୁଳି ଚଳାଇବାରୁ ୫ ଜଣ ସିଆର୍‌ପିଏଫ୍ ଯବାନ ଆହତ ହୋଇଥିଲେ। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ନିଆଯାଇଥିଲେ ହେଁ ସେଠାରେ ଦୁଇ ଯବାନ ସହିଦ ହୋଇଥିଲେ। ଏଅନ୍ୟ ୩ଜଣ ଶ୍ରୀନଗର ସେନା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।

ମତାମତ ଦିଅନ୍ତୁ ।