ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସ ସହିଦ

ଶ୍ରୀନଗର : ଆତଙ୍କବାଦୀଙ୍କ ଆକ୍ରମଣରେ ଆଜି ଜମ୍ମୁ-କଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି। ଶ୍ରୀନଗର ସହରର ସୀମାନ୍ତ ନୋଗାମରେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଆତଙ୍କବାଦୀମାନେ ନୋଗାମ ବାଇପାସ୍ ନିକଟରେ ପୋଲିସ ପାର୍ଟି ଉପରେ ହଠାତ୍ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ। ଏଥିରେ ୩ଜଣ ପୋଲିସ କର୍ମୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ମତାମତ ଦିଅନ୍ତୁ ।