ଆତଙ୍କବାଦୀ-ଯବାନ ମୁହାଁମୁହିଁ, ୩ ଶହିଦ

ଶ୍ରୀନଗର : ଉତ୍ତର କାଶ୍ମୀରର କୁପଓ୍ୱାଡା ଜିଲ୍ଲାସ୍ଥିତ କେରନ ସେକ୍ଟର ଏଲଓସି ନିକଟରେ ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ଶହିଦ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଶନିବାର ରାତି ମାଛିଲ ସେକ୍ଟରରେ ଯବାନମାନେ ପାଟ୍ରୋଲିଂ କଲାବେଳେ ଏଲଓସି ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ପାଇଥିଲେ। ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ସୁରକ୍ଷାବଳ କଡା ଜବାବ ଦେଇଥିଲେ। ଫଳରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ପରବର୍ତ୍ତୀ ସମୟରେ ଜଣେ ବିଏସଏଫ ଜବାନ ଓ ଦୁଇଜଣ ଆର୍ମୀ ଯବାନ ଶହିଦ ହୋଇଛନ୍ତି। ଅପରେସନ ଜାରି ରହିଛି।

ମତାମତ ଦିଅନ୍ତୁ ।