ଆତଙ୍କବାଦୀ ସଂଗଠନରେ ଛାତ୍ର : ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍ସିଙ୍କ ନଜର

ଶୋପିଆଁ : ଆତଙ୍କବାଦୀ ସଙ୍ଗଠନରେ ୧୩ଜଣ ଛାତ୍ର ଯୋଗ ଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଦକ୍ଷିଣ କଶ୍ମୀରର ଶୋପିଆଁ ଜିଲ୍ଲାରେ ଥିବା ଏକ ଧାର୍ମିକ ସ୍କୁଲ୍‌ ଉପରେ ତଦନ୍ତ ଏଜେନ୍‌ସିମାନଙ୍କ ନଜର ରହିଛି।

ସରକାରୀ ଅଧିକାରୀମାନେ କହିଛନ୍ତି ୨୦୧୯ ଫେବ୍ରୁଆରୀ ପୁଲ୍‌ୱାମା ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ସାଜାଦ ଭଟ ମଧ୍ୟ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ର। ସେ ସ୍କୁଲ୍‌ର ଛାତ୍ରମାନେ ବିଶେଷତଃ ଦକ୍ଷିଣ କଶ୍ମୀରର କୁଲଗାମ୍, ପୁଲ୍‌ୱାମା ଓ ଅନନ୍ତନାଗ ଜିଲ୍ଲାରୁ ଆସୁଛନ୍ତି। ଏହି ଅଞ୍ଚଳର ବାସିନ୍ଦାଙ୍କୁ ବିଭିନ୍ନ ଆତଙ୍କବାଦ ସଙ୍ଗଠନ ଲାଗି ଚୟନ କରାଯିବାର ଅନ୍ତୁଡ଼ିଶାଳ ବୋଲି ଗୁଇନ୍ଦା ଏଜେନ୍‌ସିମାନେ ବିଚାର କରନ୍ତି। କେବଳ ସେତିକି ନୁହେଁ ଏହି ସ୍କୁଲ୍‌ରେ ଉତ୍ତରପ୍ରଦେଶ, କେରଳ ଓ ତେଲେଙ୍ଗାନା ଆଦି ରାଜ୍ୟର ଛାତ୍ର ଅଛନ୍ତି। କିନ୍ତୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସେମାନଙ୍କ ସଂଖ୍ୟା ହ୍ରାସ ପାଇଛି।

ଅଭ୍ୟନ୍ତର ରିପୋର୍ଟ ଅନୁଯାୟୀ ଅନ୍ୟୂନ ୧୩ ଜଣ ତାଲିକାଭୁକ୍ତ ଆତଙ୍କବାଦୀ ଓ ସେମାନଙ୍କୁ ସହଯୋଗ କରୁଥିବା ଶତାଧିକ ‘ଓଭର୍‌ ଗ୍ରାଉଣ୍ଡ୍‌ ୱାର୍କର’ ଏହି ଶିକ୍ଷାନୁଷ୍ଠାନର ଛାତ୍ର। ୧୩ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଶୋପିଆଁ ଓ ପୁଲ୍‌ୱାମା ଜିଲ୍ଲାବାସୀ।

ମତାମତ ଦିଅନ୍ତୁ ।