ଆତଙ୍କବାଦୀମାନେ ମସଜିଦକୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି

0

ଶ୍ରୀନଗର : ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ମସଜିଦକୁ ଆକ୍ରମଣ ପାଇଁ ବ୍ୟବହାର କରୁଛନ୍ତି। ଗୁଳିବିନିମୟ ବେଳେ ସୁରକ୍ଷାକର୍ମ ଓ ପୋଲିସ ମସଜିଦରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେଉଛନ୍ତି ବୋଲି କହିଛନ୍ତି ଜମ୍ମୁ କଶ୍ମୀର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର।

ସାମ୍ବାଦିକ ସମ୍ମିଳନୀରେ ବିଜୟ କୁମାର କହିଛନ୍ତି ଆତଙ୍କବାଦୀ ପାମ୍ପୋରରେ ୧୯ ଜୁନ୍ ୨୦୨୦, ସୋପୋରରେ ୧ ଜୁଲାଇ ୨୦୨୦ ଓ ଶୋପିଆନରେ ୯ ଏପ୍ରିଲ ୨୦୨୧ରେ ଆକ୍ରମଣ କରିବା ପାଇଁ ମସଜିଦର ଅପବ୍ୟବହାର କରିଥିଲେ। ସମସ୍ତ ଜନସାଧାରଣ, ସମାଜ ଓ ମିଡିଆ ଏପରି କାମକୁ ବିରୋଧ କରିବା ସହିତ ନିନ୍ଦା କରିବା ଆବଶ୍ୟକ।

ସେ କହିଛନ୍ତି ଶୋପିଆନରେ (ଏପ୍ରିଲ୍ ୯) ୫ ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଥିଲେ। ସେମାନେ ଆଶ୍ରୟ ନେବାକୁ ଜାମିଆ ମସଜିଦରେ ପ୍ରବେଶ କରିଥିଲେ। ୧୯ ଜୁନ ୨୦୨୦ରେ ପାମ୍ପୋରରେ ମସଜିଦ ପାଖରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ତିନି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ସୋପରରେ ୧ ଜୁଲାଇ ୨୦୨୦ରେ ମସଜିଦରୁ ଆତଙ୍କବାଦୀମାନେ ସିଆରପିଏଫ ଟିମ୍ ଉପରେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ମୁକାବିଲାରେ ଜଣେ ଯବାନ ଶହୀଦ ହୋଇଥିଲେ। ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ ତିନିଜଣ ଯବାନ ଆହତ ହୋଇଥିଲେ।

Leave A Reply

Your email address will not be published.