ଆତଙ୍କବାଦୀଙ୍କ ଗ୍ରେନେଡ ମାଡ଼ : ୬ ଗୁରୁତର

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ବାରାମୂଳା ଜିଲ୍ଲାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ୬ଜଣ ନାଗରିକ ଗୁରୁତର ହୋଇଛନ୍ତି। ସୋମବାର ସେନାଙ୍କ ଏକ ଗାଡ଼ିକୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। କିନ୍ତୁ ଗ୍ରେନେଡ ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତାରେ ପଡ଼ି ବିସ୍ଫୋରଣ ହେବାରୁ ୬ଜଣ ନାଗରିକ ଗୁରୁତର ହୋଇଥିଲେ। ସେମାନଙ୍କୁ ବାରାମୂଳାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।