ଆତ୍ମଘାତୀ ବିସ୍ଫୋରଣରେ ୨୦ ମୃତ

ମୋଗାଦିଶୁ : ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ରେଷ୍ଟୁରାଣ୍ଟ ବାହାରେ ଆତ୍ମଘାତୀ କାର ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।
‘ଆମେନ୍’ ଆମ୍ବୁଲାନ୍ସ ସର୍ଭିସେସର ପ୍ରତିଷ୍ଠାତା ଡକ୍ଟର ଅବଦୁଲକାଦିର ଅଦନ କହିଛନ୍ତି ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ଓ ୩୦ ଜଣ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀ ଅହମ୍ମଦ ଅବଦୁଲ୍ଲା କହିଛନ୍ତି ଲ୍ୟୁଲ ୟମାନି ରେଷ୍ଟୁରାଣ୍ଟ ବାହାରେ ଦ୍ରୁତ ଗତିରେ ଆସୁଥିବା କାରଟି ବିସ୍ଫୋରଣ କରିଥିଲା। ସେହି ସମୟରେ ସେ ରେଷ୍ଟୁରାଣ୍ଟକୁ ଯାଉଥିଲେ। କିନ୍ତୁ ବିସ୍ଫୋରଣ ଘଟିବା ପରେ ସେ ସେଠାରୁ ନିରାପଦରେ ବାହାରକୁ ପଳାଇ ଆସିଥିଲେ। ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଥିଲା। ତେଣୁ ଅନ୍ଧାରରେ କିଛି ଦେଖାଯାଉନଥିଲା ବୋଲି ସେ କହିଛନ୍ତି।
ମୋଗାଦିଶୁରେ ବିସ୍ଫୋରଣ ସ୍ଥଳରେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ସଂପୃକ୍ତ ଅଞ୍ଚଳକୁ ଘେରି ରହିଛି। ହେଲେ ବିସ୍ପୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି।