ଆତ୍ମହତ୍ୟା ଉଦ୍ୟମ : ହାତ କାଟିଦେଲେ ବିଜେପି ସାଂସଦଙ୍କ ବୋହୂ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଜେପି ସାଂସଦ କୌଶଳ କିଶୋରଙ୍କ ବୋହୂ ଅଙ୍କିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଶାଶୂଘର ସାମ୍ନାରେ ସେ ହାତ କାଟି ଦେଇଥିଲେ ହେଁ ତାଙ୍କୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏପରି କରିବା ପୂର୍ବରୁ ସେ ଜୀବନ ଦେବାକୁ ଯାଉଛନ୍ତି ଓ ସ୍ଵାମୀ ଆୟୁଷଙ୍କ ବିରୋଧରେ ଅଭିଯୋଗ ଆଣି ଏକ ଭିଡିଓ ସୂଚନା ଦେଇଥିଲେ।

ଭିଡିଓରେ ଅଙ୍କିତା କହିଥିଲେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ସେ ଏକା ଲଢିପାରିବେ ନାହିଁ। କାରଣ ଆୟୁଷଙ୍କ ପିତା ସାଂସଦ ଓ ମାଆ ବିଧାୟିକା ଅଛନ୍ତି। ତାଙ୍କ କଥା କେହି ଶୁଣିବେ ନାହିଁ। ଶାଶୂଘର ଲୋକ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏହାପରେ ସେ ସ୍କୁଟିରେ ସାଂସଦ କୌଶଳଙ୍କ ଘରେ ପହଁଚି ହାତ କାଟି ପକାଇଥିଲେ। ଭିଡିଓ ଆସିବା ପରେ ପୋଲିସ ତାଙ୍କୁ ଟ୍ରାକ୍ କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏବେ ସେ ଚିକିତ୍ସାଧିନ ରହିଛନ୍ତି।

କେବଳ ସେତିକି ନୁହେଁ ଆୟୁଷଙ୍କ ନାର୍କୋ ଟେଷ୍ଟ କରିବାକୁ ଦାବି କରିବା ସହିତ ମାମଲା ସିବିଆଇକୁ ଦେବାକୁ ଅନୁରୋଧ କରିଛନ୍ତି ଅଙ୍କିତା। ସେହିପରି ସାଂସଦଙ୍କ ପୁତ୍ର ଆୟୁଷ ଅଭିଯୋଗ କରିଛନ୍ତି ତାଙ୍କୁ ଅଙ୍କିତା ଫସାଉଛନ୍ତି। ସେ କୌଣସି ଭୁଲ୍ କରିନାହାଁନ୍ତି। ଏପରିକି ସେ ନିଜକୁ ନିଜେ ଗୁଳି କରିନାହାଁନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.