ଆୟକର ଦାଖଲ ଅବଧି ଡିସେମ୍ବର ୩୧ ଯାଏ ବଢିଲା

ନୂଆଦିଲ୍ଲୀ : କରୋନା ପାଇଁ ଆୟକର ଦାଖଲ କରିବାର ଅନ୍ତିମ ତାରିଖ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି) ସୂଚନା ଅନୁଯାୟୀ ଏବେ ଟିକସଦାତାଙ୍କୁ ୨୦୧୯-୨୦ ପାଇଁ ନିଜର ଟିକସ୍ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ପୈଠ କରି ପାରିବେ। ଏହା ପୂର୍ବରୁ ଆୟକର ଦାଖଲ ତାରିଖ ନଭେମ୍ବର ୩୦ ରହିଥିଲା।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯେଉଁ ଟିକସଦାତାଙ୍କ ଟିକସ୍‌ରେ ଅଡିଟ୍ ରିପୋର୍ଟ ଲାଗେ ନାହିଁ ସେମାନେ ୨୦୨୦ ଡିସେମ୍ବର ୩୧ ସୁଦ୍ଧା ନିଜର ଟିକସ ପୈଠ କରି ପାରିବେ। ଯେଉଁ କରଦାତାଙ୍କ ଟିକସ୍‌ରେ ଅଡିଟ୍ ରିପୋର୍ଟ ଦେବାକୁ ପଡେ ସେମାନଙ୍କ ପାଇଁ ଆଇଟି ରିଟର୍ଣ୍ଣ ଭରିବାର ଅନ୍ତିମ ତାରିଖ ୨୦୨୧ ଜାନୁଆରୀ ୩୧ ନିର୍ଦ୍ଧାରିତ କରାଯାଇଛି।

ମତାମତ ଦିଅନ୍ତୁ ।