Breaking Newsଦେଶ-ବିଦେଶ
ଆୟକର ରେକର୍ଡ ଯାଞ୍ଚ କରିବେ ୪ଟି ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ : କେବଳ ଟିକସ ଅଧିକାରୀ ନୁହଁନ୍ତି ଏଣିକି ୪ଟି ଗୁଇନ୍ଦା ଏଜେନ୍ସି ବ୍ୟକ୍ତିବିଶେଷ କିମ୍ବା କମ୍ପାନି ଫାଇଲ୍ କରୁଥିବା ଆୟକର ରିଟର୍ଣ୍ଣ ଓ ଟିକସ ସମ୍ବନ୍ଧୀୟ ଅନ୍ୟାନ୍ୟ ସୂଚନା ଗୁଡ଼ିକୁ ଯାଞ୍ଚ କରିବେ। ଏହି ଏଜେନ୍ସି ଗୁଡିକ ମଧ୍ୟରେ ରହିଛି କ୍ୟାବିନେଟ୍ ସେକ୍ରେଟେରିଏଟ୍, ଇଣ୍ଟେଲିଜେନ୍ସ୍ ବ୍ୟୁରୋ, ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଓ ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି। ଏଥିପାଇଁ ବିଧିବଦ୍ଧ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସେସ୍ ବିଜ୍ଞପ୍ତି ଜାରି କରିଛି। ୧୯୬୧ ମସିହା ଆୟକର ଆଇନର ଧାରା ୧୩୮ ଅନୁସାରେ, ଟିକସ କର୍ତ୍ତୃପକ୍ଷମାନେ ଟିକସ ସମ୍ବନ୍ଧରେ ପାଇଥିବା ସୂଚନା ସବୁକୁ ଯେ କୌଣସି ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଦେଇ ପାରିବେ ବୋଲି କୁହାଯାଇଛି।