ଆୟକର ରିଟର୍ଣ୍ଣ ତାରିଖ ଘୁଞ୍ଚିଲା

ନୂଆଦିଲ୍ଲୀ : କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟକର ବିଭାଗ ୨୦୧୯-୨୦ର ଆୟକର ରିଟର୍ଣ୍ଣ ଫାଇଲ୍ ଦାଖଲ ସମୟ ସୀମା ନଭେମ୍ବର ୩୦କୁ ବୃଦ୍ଧି କରିଛନ୍ତି। ଏହା ପୂର୍ବରୁ ତାରିଖ ଥିଲା ସେପ୍ଟେମ୍ବର ୩୦। ସିବିଡିଟି ଏକ ଟ୍ଵିଜ୍ ଜରିଆରେ କହିଛନ୍ତି ବର୍ତ୍ତମାନ ସମୟରେ ଲୋକଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି।

ଆଉ ଏକ ବିଜ୍ଞପ୍ତିରେ ଆୟକର ବିଭାଗ କହିଛି ସେପ୍ଟେମ୍ବର ୩୦ ସୁଦ୍ଧା ୩୩ ଲକ୍ଷ କରଦାତାଙ୍କୁ ୧.୧୮ ଲକ୍ଷ କୋଟି ଟଙ୍କା ରିଫଣ୍ଡ କରାଯାଇଛି। ପର୍ସନାଲ ଇନକମ ଟ୍ୟାକ୍ସର ରିଫଣ୍ଡ ଭାବେ ୩୧.୭୫ ଲକ୍ଷ କରଦାତାଙ୍କୁ ୩୨,୨୩୦ କୋଟି ଟଙ୍କା ଦିଆଯାଇଥିବା ବେଳେ କର୍ପୋରେଟ୍ ଟ୍ୟାକ୍ସରେ ୧.୭୮ ଲକ୍ଷ କରଦାତାଙ୍କୁ ୮୬,୦୯୪ କୋଟି ଟଙ୍କା ରିଫଣ୍ଡ କରାଯାଇଛି।

ମତାମତ ଦିଅନ୍ତୁ ।