ଅବସରପ୍ରାପ୍ତ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ କରିଛି। ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଛନ୍ତି।

ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ କଟକ ଘର ସମେତ ଭୁବନେଶ୍ୱରର ୩ ମହଲା ବିଲ୍ଡିଂ, ବାଲୁଗାଁସ୍ଥିତ କାର୍ଯ୍ୟାଳୟ, ବଙ୍ଗଳପୁରସ୍ଥିତ ନିଜ ଘର, ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ତାଙ୍କର ଅନ୍ୟ ଘରେ ରେଡ୍ ଜାରି ରହିଛି। କଟକ ବାସଭବନରୁ ରେଡ୍ ସମୟରେ ଅନେକ ଆସବାପତ୍ର, ଟଙ୍କା, ସୁନା, ଜମି ଓ ୨ଟି ବନ୍ଧୁକ ଠାବ ହୋଇଛି। ଏ ସମସ୍ତ ସଂପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଆଡିସନାଲ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।