ଅବସର ଗ୍ରହଣ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌ ଏ ବୋବ୍‌ଡେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବ୍‌ଡେଙ୍କର ଆଜି କାର୍ଯ୍ୟକାଳ ଶେଷ ହୋଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଆସନ୍ତାକାଲି ନୂତନ ପ୍ରଧାନବିଚାରପତି ଜଷ୍ଟିସ୍ ଏନ. ଭି. ରମନ୍ନା ଦେଶର ୪୮ତମ ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିବେ।

ସୂଚନାଯୋଗ୍ୟ ଜଷ୍ଟିସ୍ ବୋବ୍‌ଡେ ୨୦୧୩ ଏପ୍ରିଲ ୧୨ ତାରିଖରେ ସୁପ୍ରିମକୋର୍ଟର ବିଚାରପତି ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୨୦୧୯ ନଭେମ୍ବର ୧୪ରେ ସୁପ୍ରିମକୋର୍ଟର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ୧୪ ମାସର କାର୍ଯ୍ୟକାଳରେ ସେ କେବଳ ୯୦ ଦିନ କୋର୍ଟରୁମରେ ଶୁଣାଣି କରିପାରିଥିଲେ। କରୋନା କଟକଣା ଯୋଗୁଁ ତାଙ୍କର କାର୍ଯ୍ୟକାଳର ଅଧିକ ଶୁଣାଣି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ହୋଇଥିଲା।

ପ୍ରଧାନ ବିଚାରପତି ରୂପେ ଜଷ୍ଟିସ୍ ବୋବ୍‌ଡେ କରୋନା କାଳରେ ଏକାଧିକ ସର୍ତ୍ତସହ ପୁରୀ ରଥଯାତ୍ରାକୁ ଅନୁମତି ଦେଇ ଚର୍ଚ୍ଚାରେ ରହିଥିଲେ। ଜୁନ୍ ୧୮ରେ ଜଷ୍ଟିସ୍ ବୋବ୍‌ଡେ ରଥଯାତ୍ରାର ଆୟୋଜନ ଉପରେ ସ୍ଥଗିତାଦେଶ ଲଗାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କଟକଣା ସହ ଦେଇଥିଲେ ରଥଯାତ୍ରାକୁ ଅନୁମତି।

Leave a Reply

Your email address will not be published. Required fields are marked *

Back to top button