ଅଭୟ ପାଠକଙ୍କୁ ଜାମିନ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବୈଦ୍ୟନାଥପୁର ଥାନା ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି। ୨ ଲକ୍ଷ ଟଙ୍କା ଓ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁଯାୟୀ ଅଭୟ ପାଠକଙ୍କୁ ମୋଟ ୩ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ମିଳିସାରିଥିଲା। ଏବେ ସମସ୍ତ ମାମଲାରେ ଜାମିନ ପାଇଥିବାରୁ ମୁକୁଳିବା ସ୍ପଷ୍ଟ ହୋଇଛି। ତେବେ ଅଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ ପୁଅ ଆକାଶ ପାଠକଙ୍କୁ ଜାମିନ ମିଳିନାହିଁ।

ସମ୍ବନ୍ଧିତ ଖବର
between image and heading

Comments are closed.