ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଭୁବନେଶ୍ୱର : ଆଇଏଫଏସ ଅଭୟକାନ୍ତ ପାଠକଙ୍କ ବାଧ୍ୟତାମୂଳକ ଅବସରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି। ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଆଧାରରେ ରାଜ୍ୟ ସରକାର କେନ୍ଦ୍ରକୁ ଏହି ସୁପାରିଶ କରିଥିଲେ।

୧୯୮୭ ବ୍ୟାଚ୍‌ର ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ। ଅତ୍ୟଧିକ ଦୁର୍ନୀତିରେ ଲିପ୍ତ ଥିବା ଜଣେ ଅଫିସର ହୋଇଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ଭିଜିଲାନ୍ସ ଗିରଫ କରିବା ସହିତ ୨୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠାରୁ ୪୩୫ ପ୍ରତିଶତ ଅଧିକ ରହିଛି।

Leave a Reply

Your email address will not be published. Required fields are marked *

Back to top button