ଅଭିଭାବକ ମହାସଂଘର କୁଜଙ୍ଗ ବ୍ଲକରେ ପ୍ରସ୍ତୁତି ବୈଠକ

ଜଗତସିଂହପୁର : ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ କୁଜଙ୍ଗ ବ୍ଲକର ଆବାହକ ଆଡଭୋକେଟ ହୃଷିକେଶ ନନ୍ଦଙ୍କ ଆହ୍ଵାନ କ୍ରମେ ଓଡିଶା ଅଭିଭାବକ ମହାସଂଘର ଭାଇସ୍ ଚେୟାରମ୍ୟାନ ଡଃ ଧୃତିଧର ଦାସ, ଜଗତସିଂହପୁର ଜିଲ୍ଲା କମିଟିର ଅନ୍ୟତମ ସମ୍ପାଦକ ନାଗରାଜ ଷଡଙ୍ଗୀ, ସଂଗଠନ ସମ୍ପାଦକ ବଳଭଦ୍ର ଦାସ୍, କୁଜଙ୍ଗ କମିଟିର ସଦସ୍ୟ ତ୍ରୀନାଥ କୁଅଁର, କୈଳାସ ଚନ୍ଦ୍ର ସ୍ୱାଇଁ, ଝରଣା ସ୍ୱାଇଁ, ବିଶ୍ଵଜିତ୍ ସାମନ୍ତରାୟ ଉପସ୍ଥିତ ଥିଲେ। ଏଥିରେ ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।

ମତାମତ ଦିଅନ୍ତୁ ।