ଅଭିଯୋଗ ଆଣିଥିବା ବିଧାୟକଙ୍କୁ ନୋଟିସ ପଠାଇଲେ ସଚିନ୍

ଜୟପୁର : ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ନାମରେ କ୍ରସ ଭୋଟିଂ ପାଇଁ ଲାଞ୍ଚ ଯାଚିଥିବା ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗଙ୍କୁ ନୋଟିସ ପଠାଇଛନ୍ତି। ଏଥିରେ ସତ୍ୟତାର ପ୍ରମାଣ ଦେବାକୁ ଆହ୍ୱାନ କରିଛନ୍ତି। ଯଦି ଅଭିଯୋଗ ପ୍ରମାଣ ନକରିପାରିବେ ତେବେ ସମ୍ମାନହାନୀ ବାବଦକୁ ଏକ ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି।

ସଚିନ ନୋଟିସରେ କହିଛନ୍ତି ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ମିଛ। ନୋଟିସ ପାଇବାର ସାତ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ସେ ଗିରିରାଜଙ୍କୁ ଆହ୍ୱାନ କରିଛନ୍ତି। ଯଦି ଅଭିଯୋଗର ସେ ପ୍ରମାଣ କରିନପାରନ୍ତି ତାହେଲେ ସମ୍ମାନହାନୀର କ୍ଷତିପୂରଣ ସ୍ୱରୂପ ଏକ ଲିଖିତ କ୍ଷମା ପ୍ରାର୍ଥନା ସହ ଜୋରିମାନା ବାବଦକୁ ଟଙ୍କାଟିଏ ପୈଠ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ କଂଗ୍ରେସ ବିଧାୟକ ଗିରିରାଜ ସିଂହ ମାଲିଙ୍ଗ ଅଭିଯୋଗ କରିଥିଲେ ରାଜ୍ୟସଭା ନିର୍ବାଚନ ବେଳେ କ୍ରସ ଭୋଟିଂ ପାଇଁ ସଚିନ ୩୫ କୋଟି ଟଙ୍କା ଲାଞ୍ଚ ଯାଚିଥିଲେ।

ମତାମତ ଦିଅନ୍ତୁ ।