ଅଭିଯୋଗ ଶୁଣିବା ପାଇଁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବ କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର : କରୋନା ସମୟରେ ଥାନାର ପୋଲିସ କର୍ମଚାରୀମାନେ କିପରି ଲୋକମାନଙ୍କ ଅଭିଯୋଗ ବୁଝିବେ ସେଥିପାଇଁ ଏକ ଗାଇଡଲାଇନ ଜାରି ହୋଇଛି।

ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଅଭୟ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ ଲୋକଙ୍କ ଅଭିଯୋଗ ଶୁଣିବାକୁ ଏଣିକି ଜିଲ୍ଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ। ଏହି କଣ୍ଟ୍ରୋଲ ରୁମ୍ ନମ୍ବର ଟ୍ୱିଟର ଓ ଫେସବୁକରେ ଦିଆଯିବ। ସେହିପରି ପ୍ରତି ଥାନା ସେମାନଙ୍କ ଲ୍ୟାଣ୍ଡଲାଇନ ନମ୍ବର ସୋଶାଲ ମିଡିଆରେ ଦେବେ। ଫୋନରେ ଥାନାକୁ ଆସୁଥିବା ଅଭିଯୋଗର ତଦାରଖ ଏସ୍‌ପି ଓ ଡିଏସ୍‌ପି କରିବେ।

ସେହିପରି ଲୋକଙ୍କ ଆପତ୍ତି ଶୁଣିବାକୁ ସବୁ ଥାନାରେ ଅଭ୍ୟର୍ଥନ କକ୍ଷ ରହିବ। ଏହି କକ୍ଷ ଥାନା ମୁଖ୍ୟ କୋଠା ଠାରୁ ଅଲଗା ରହିବ। ଯଦି ଏହି ସୁବିଧା ନଥାଏ ତେବେ ଅଭିଯୋଗ ଶୁଣିବା ପାଇଁ ଟେଣ୍ଟ କରାଯିବ। ଏହାଛଡା ଅଭ୍ୟର୍ଥନ କକ୍ଷ ଅଞ୍ଚଳକୁ ନିୟମିତ ବିଶୋଧନ କରାଯିବା ସହିତ ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। କେବଳ ସେତିକି ନୁହେଁ ଡିଆଇଜି, ଏସପି ଓ ଡିଏସପିଙ୍କ ଅଫିସ ମେନ୍ ଗେଟ୍‌ରେ ଫୋନ୍ ନମ୍ବର ଡିସ୍‌ପ୍ଲେଏ ଲାଗିବ ଓ ରହିବ ଅଭିଯୋଗ ବାକ୍ସ। ଲୋକମାନେ ଏହି ବାକ୍ସରେ ଅଭିଯୋଗ ପକାଇବେ ପାରିବେ ବୋଲି ଗାଇଡଲାଇନରେ କୁହାଯାଇଛି।

ମତାମତ ଦିଅନ୍ତୁ ।