ଅଭିନଵ ବିନ୍ଦ୍ରା ସ୍ପୋର୍ଟ୍ସ ମେଡ଼ିସିନ ଏଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚିଉଟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ଭୁବନେଶ୍ୱର : ଫିଜିଓଥେରାପି ପାଠ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଅଭିନଵ ବିନ୍ଦ୍ରା ସ୍ପୋର୍ଟ୍ସ ମେଡ଼ିସିନ ଓ ରିସର୍ଚ୍ଚ ଇନ୍‌ଷ୍ଟିଚିଉଟ୍ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବଡି ମାଟ୍ରିକ୍ସ ଟେକନୋଲୋଜିର ବ୍ୟବହାର କରାଯାଇ କିପରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ହାସଲ କରାଯାଇପାରିବ ତାହା ପ୍ରଦର୍ଶନ କରାଯାଇଥିଲା।

ଅନୁଷ୍ଠାନର ଡିନ ଡ଼ଃ ଜୋସେଫ ଓଲିଭର ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଉଦେଶ୍ୟ ଓ ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ। କୋଭିଡ ମହାମାରୀ ସମୟରେ ପ୍ରତ୍ୟେକ ବ୍ୟକ୍ତି କିପରି ସ୍ୱାସ୍ଥ୍ୟବାନ ଜୀବନ ଅତିବାହିତ କରିପାରିବେ ସେ ସମ୍ପର୍କରେ କହିଥିଲେ। ଅଧ୍ୟକ୍ଷ ଡ଼ଃ ଚିନ୍ମୟ କୁମାର ପାତ୍ର ଗଣମାଧ୍ୟମ କର୍ମଚାରୀମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମ ବ୍ୟସ୍ତବହୁଳ ଥିବାରୁ ସେମାନଙ୍କ ସୁସ୍ଥତା ଉପରେ ଗୁରୁତ୍ୱ ଆରୋପ କରିବା ସହିତ କେତେକ ଫିଜିଓଥେରାପିର ଆବଶ୍ୟକତା ଉପରେ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମକୁ ଗଣମାଧ୍ୟମ କର୍ମଚାରୀଙ୍କୁ ଉସର୍ଗ କରାଯିବା ସଂପର୍କରେ ଡ଼ଃ ପାତ୍ର ଘୋଷଣା କରିଥିଲେ। ଅନୁଷ୍ଠାନ କେବଳ ଖେଳ ଓ ଖେଳାଳିଙ୍କ ସ୍ୱାସ୍ଥ୍ୟର ଯତ୍ନ ବ୍ୟତୀତ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ପ୍ରଚଳିତ ଫିଜିଓଥେରାପି ବ୍ୟବସ୍ଥା ଠାରୁ ଅଭିନବ ଅଭିନବ ଅନୁଷ୍ଠାନର ପ୍ରୟାସ ଢେର ଉନ୍ନତ ଓ ଅତ୍ୟାଧୁନିକ ବୋଲି ସେ କହିଥିଲେ।

ଏହି ଅବସରରେ ଶିକ୍ଷାନୁଷ୍ଠାନର ସ୍ନାତକ ଓ ସ୍ନାତକୋତର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଉପଯୋଗୀ ରୋଷେଇ କାର୍ଯ୍ୟକ୍ରମ ଅନ୍ୟତମ ଥିଲା। ଏହାଛଡା ପୋଷ୍ଟର ପ୍ରତିଯୋଗିତା ହୋଇଥିଲା। ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟ ଉପଯୋଗୀ ବିଭିନ୍ନ ଅଭିନଵ ଖାଦ୍ୟ ପ୍ରଦର୍ଶନ କରିଥିଲେ। କାର୍ଡ଼ିଓ ପୁଲମୋନାରୀ ବିଭାଗର ମୁଖ୍ୟ ଡ଼ଃ ଏସ ଗାୟତ୍ରୀଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button