ଅଭିନେତା ଅଜିତ ଦାଶ ଆଉ ନାହାନ୍ତି

ଭୁବନେଶ୍ୱର : ବିଶିଷ୍ଟ ଚଳଚିତ୍ର ଅଭିନେତା ଅଜିତ ଦାଶ ଆଉ ନାହାନ୍ତି। ରବିବାର ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କ ଧର୍ମପତ୍ନୀ ମାୟା ଦାସ ଏହି ସୂଚନା ଦେଇଛନ୍ତି। ଓଡିଆ ଫିଲ୍ମ ‘ସିନ୍ଦୂରବିନ୍ଦୁ’ରୁ କ୍ୟାରିୟର ଆରମ୍ଭ କରିଥିଲେଅଜିତ ଦାଶ। ଏହାଛଡ଼ା ହାକିମ ବାବୁ, ମା, ତୁଣ୍ଡବାଇଦ ପରି ଅନେକ ଫିଲ୍ମରେ ଅଭିନୟ କରିବା ବ୍ୟତୀତ ମଞ୍ଚ ନାଟକରେ ମଧ୍ୟ ସେ ନିଖୁଣ ଅଭିନୟ କରିଛନ୍ତି। ୬୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସେ କରିଛନ୍ତି ଅଭିନୟ। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।