ଅଭିନେତା ଅମ୍ଲାନଙ୍କ ପତ୍ନୀ ନଦୀରୁ ଉଦ୍ଧାର

କଟକ : ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାଶଙ୍କ ବୋହୂ ତଥା ଅଭିନେତା ଅମ୍ଲାନ ଦାଶଙ୍କ ପତ୍ନୀ ଭୂମିକାଙ୍କୁ ଆଜି ମହାନଦୀରୁ ଉଦ୍ଧାର କରାଯାଇଛି। କୁହାଯାଉଛି ସେ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲରୁ ନଦୀକୁ ଡେଇଁଥିଲେ। ଫୁଲ ପକାଉଥିବା ବେଳେ ଗୋଡ ଖସି ଯାଇଥିଲା ବୋଲି ମଧ୍ୟ ଶୁଣିବାକୁ ମିଳୁଛି। କିନ୍ତୁ ପ୍ରକୃତ କଥା କ’ଣ ଜଣାପଡିନାହିଁ।

ଖବର ଅନୁଯାୟୀ ରବିବାର ଅପରାହ୍ନରେ କଟକ ସହରର ଅଭିନେତା ଅମ୍ଲାନ ଦାଶଙ୍କ ପତ୍ନୀ ଭୂମିକା ମଧୁସୂଦନ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ ମାରି ହଠାତ୍‌ ମହାନଦୀକୁ ଡେଇଁପଡ଼ିଥିଲେ। ଏହାଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପୋଲିସ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରିଛି। ତେବେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ନା ଗୋଡ ଖସି ଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ମତାମତ ଦିଅନ୍ତୁ ।