ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ମାମଲା

ଭୁବନେଶ୍ୱର : ଅଭିନେତା ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ସେ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପିଣ୍ଟୁଙ୍କ ନାମରେ ଏତଲା ରୁଜୁ ହୋଇଛି। ଯୁବତୀ କହିଛନ୍ତି ଫିଲ୍ମରେ ଅଭିନୟ କରିବାକୁ ପିଣ୍ଟୁ ତାଙ୍କୁ ଡାକିଥିଲେ। ଦେଖା କରିବା ବେଳେ ପିଣ୍ଟୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ଏହି ମାମଲାରେ ପିଣ୍ଟୁଙ୍କୁ ନୟାପଲ୍ଲୀ ଥାନାରେ ପଚରାଉଚରା ଚାଲିଥିବା ସୂଚନା ରହିଛି।

ମତାମତ ଦିଅନ୍ତୁ ।