ଅଭିନେତା ସୋନୁ ସୁଦ୍ଙ୍କ ନାଁରେ ମାମଲା

ମୁମ୍ବାଇ : ବଲିଉଡ ଅଭିନେତା ସୋନୁ ସୁଦ ଜୁହୁସ୍ଥିତ ଏକ ୬ ମହଲା କୋଠାକୁ ବିଏମସିର ଅନୁମତି ନନେଇ ହୋଟେଲରେ ପରିଣତ କରିଛନ୍ତି। ଏହି ଅଭିଯୋଗରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ପୋଲିସରେ ଅଭିଯୋଗ କରିଛି। ଶୋନୁ ମହାରାଷ୍ଟ୍ର ରିଜନ ଆଣ୍ଡ ଟାଉନ୍ ପ୍ଲାନିଂ ନିୟମ (ଧାରା-୭) କୁ ଅବମାନନା ଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି ବୋଲି ବିଏମସି କହିଛି।
ଜୁହୁ ଥାନାରେ ହୋଇଥିବା ଅଭିଯୋଗ ବିଏମସି ତରଫରୁ ଜାନୁଆରୀ ୪ରେ ହୋଇଥିବା ଅଭିଯୋଗ ଅନୁଯାୟୀ ସୋନୁ ସୁଦ ଏ.ବି ନାୟାର ରୋଡ ନିକଟରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିଣତ କରିଛନ୍ତି। ଶକ୍ତି ସାଗର ଏକ ଆବାସିକ କୋଠା। ତେଣୁ ଏହାକୁ ବାଣିଜ୍ୟ କାରବାରରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ସେତିକି ନୁହେଁ ସୋନୁ ସୁଦ୍ ଏହି ଜମିର କିଶମ ପରିବର୍ତ୍ତନ କରିବା ସହିତ ବିଏମସିର ବିନା ପରାମର୍ଶରେ ଅନୁମତିଠାରୁ ଅଧିକ ଉଚ୍ଚତାର କୋଠା ନିର୍ମାଣ କରିଛନ୍ତି। ଏହି କୋଠାକୁ ବାଣିଜ୍ୟ କାରବାର ନିମନ୍ତେ ବ୍ୟବହାର କରୁଛନ୍ତି। ବିଏମସି ଠାରୁ ଯେଉଁ ଅନୁମତି ଓ ପ୍ଲାନିଂ ନେବା କଥା ତାହା କରିନାହାନ୍ତି।
ଅନ୍ୟପକ୍ଷରେ ସୋନୁ ପ୍ରତିକ୍ରିୟା ଦେଇ କହିଛନ୍ତି ସେ ପ୍ରଥମେ ଏହି କୋଠାର ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଏମସିଠାରୁ ଅନୁମତି ନେଇଛନ୍ତି। ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ ମ୍ୟାନେଜମେଣ୍ଟର ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି।