ଅଭିନେତ୍ରୀ ଅଙ୍କିତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି

ମୁମ୍ବାଇ : ଛୋଟ ପରଦାରୁ ଫିଲ୍ମ ଜଗତରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଇନଷ୍ଟାଗ୍ରାମରେ ସେ ଖୁବ୍ ଆକ୍ଟିଭ। ନିଜ ଆକାଉଣ୍ଟରେ ଲାଟେଷ୍ଟ ଫଟୋ ଓ ଭିଡିଓ ସେୟାର କରୁଛନ୍ତି। କରିଥାନ୍ତି। ଏବେ ଅଙ୍କିତା ସେୟାର କରି ଏକ ଭିଡିଓକୁ ନେଇ ୟୁଜରମାନେ ଯୋରଦାର ଟ୍ରୋଲ କରୁଥିବା ବେଳେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଙ୍କିତା ଲୋଖଣ୍ଡେ ହେଉଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିତା। ଦୁହିଁଙ୍କ ଭିତରେ ଦୀର୍ଘ ବର୍ଷର ପ୍ରେମ ସମ୍ପର୍କ ପରେ ବ୍ରେକଅପ୍ ହୋଇଯାଇଥିଲା। ଗତ ଜୁନରେ ସୁଶାନ୍ତଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ତାଙ୍କୁ ନ୍ୟାୟ ଦେବା ପାଇଁ ପରିବାର ଓ ଫ୍ୟାନମାନେ ସଂଗ୍ରାମ ଜାରି ରଖିଛି। ଏଭଳି ସ୍ଥିତିରେ ଅଙ୍କିତାଙ୍କ ଏହି ଭିଡିଓ ୟୁଜରଙ୍କୁ ପସନ୍ଦ ଆସିନାହିଁ। ଅଙ୍କିତାଙ୍କୁ ୟୁଜରମାନେ ସମାଲୋଚନା କରୁଛନ୍ତି।

ଭିଡିଓରେ ଅଙ୍କିତା ବଲିଉଡର ଏକ ଗୀତ ‘ହୱା କେ ଝୋକେଁ ଆଜ୍ ମୌସମ ସେ ରୁଠ ଗୟେ…ରେ ଶାଢୀ ପିନ୍ଧି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଅଙ୍କିତା ନିଜର ପୋଷ୍ଟରେ ଲେଖିଛନ୍ତି, ଶାଢୀ ଡ୍ୟାନ୍ସ ଓ ସୁନ୍ଦର ଗୀତ…. କି କମ୍ବିନେସନ୍। ଏହାକୁ ଦେଖି ଜଣେ ୟୁଜର ତାଙ୍କୁ କମେଣ୍ଟରେ ଲେଖିଥିଲେ କେହି କେମିତି ନିଜର ୭ ବର୍ଷର ପ୍ରେମକୁ ଭୁଲିପାରେ ? ତୁମଠାରୁ ତ ଏସଏସଆରଙ୍କ ଫ୍ୟାନ୍ସ ଭଲ, ଯିଏକି ତାଙ୍କୁ ଭୁଲି ପାରିନାହାନ୍ତି, ଯେଉଁମାନେ କି ତାଙ୍କୁ ନ୍ୟାୟ ଦେଇକି ରହିବେ।’

ମତାମତ ଦିଅନ୍ତୁ ।