ଅଭିନେତ୍ରୀ ଜୁହି ଚାୱଲା ଦେବେ ୨୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ତଥା ପରିବେଶବିତ ଜୁହି ଚାୱଲା ଦେବେ ୨୦ ଲକ୍ଷ ଟଙ୍କା ଜରିମାନା। ୫ଜି ନେଟୱାର୍କିଂ ବିରୋଧରେ ସେ କରିଥିବା ଆବେଦନକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଏହି ରାୟ ଦେଇଛନ୍ତି। ଏହାପୂର୍ବରୁ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଜେ.ଆର. ମିଡାଙ୍କ ଏକ ବେଞ୍ଚ ଜୁନ୍ ୨ରେ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଦିଲ୍ଲୀ ହାଇକୋର୍ଟଙ୍କ ବେଞ୍ଚ ପକ୍ଷରୁ କୁହାଯାଇଛି ଜୁହି ଚାୱଲାଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ। କେବଳ ମିଡିଆ ପ୍ରଚାର ପାଇଁ ଏହା ଦାଖଲ କରାଯାଇଛି। ଏହି ମାମଲାରେ ସରକାରଙ୍କ ନିକଟକୁ ଯିବା ପରିବର୍ତ୍ତେ ସେ କାହିଁକି କୋର୍ଟରେ ଆବେଦନ କରିଛନ୍ତି ବୋଲି ଜୁହିଙ୍କୁ ବେଞ୍ଚ ପ୍ରଶ୍ନ କରିଥିଲେ। ଶୁକ୍ରବାର ଶୁଣାଣି ବେଳେ ହାଇକୋର୍ଟ ଅଭିନେତ୍ରୀ ଜୁହିଙ୍କ ୫ଜି ନେଟୱାର୍କିଙ୍ଗ ବିରୋଧୀ ଆବେଦନକୁ ଖାରଜ କରିବ ସହିତ ବକେୟା କୋର୍ଟ ଫି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ଶୁଣାଣିର ଲିଙ୍କ୍ ଜୁହି ମିଡିଆ ପ୍ଲାଟଫର୍ମରେ ଷେୟାର କରିବାକୁ ନେଇ କୋର୍ଟ ପ୍ରଶ୍ନ କରିଥିବା ବେଳେ ଏହା ଆଇନ ପ୍ରକ୍ରିୟାର ଅପବ୍ୟବହାର ବୋଲି କହିଛନ୍ତି। ଏଥିସହ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ୫ଜି ନେଟୱର୍କରୁ ବାହାରୁଥିବା ବିକିରଣ ଲୋକ ଓ ପରିବେଶ ଉପରେ କ’ଣ ପ୍ରଭାବ ପକାଉଛି ତା’ର ଗବେଷଣା କରାଯାଉ। ଗବେଷଣା ଶେଷ ନ ହେବା ଯାଏ ଏହାର କାର୍ଯ୍ୟକାରିତା ଉପରେ ରୋକ ଲଗାଇବାକୁ ଜୁହି ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର
between image and heading

Comments are closed.