ଅଭିନେତ୍ରୀ ମାଲଭି ମାଲହୋତ୍ରା ଆକ୍ରମଣରେ ଗୁରୁତର

ମୁମ୍ବାଇ : ହିନ୍ଦୀ ଫିଲ୍ମ ଓ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ମାଲଭି ମାଲହୋତ୍ରାଙ୍କୁ ପ୍ରାଣଘାତୀ ଆକ୍ରମଣ ହୋଇଛି। ଅବସ୍ଥା ଗୁରୁତର ଯୋଗୁ ତାଙ୍କୁ ମୁମ୍ବାଇର କୋକିଳାବେନ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ମାଲଭିଙ୍କର ଜଣେ ପୁରୁଣା ବନ୍ଧୁ ତାଙ୍କ ଶରୀରକୁ ୩ଥର ଛୁରୀରେ ଆକ୍ରମଣ କରିଛନ୍ତି। ଏହାକୁ ନେଇ ମୁମ୍ବାଇର ଭର୍ସୋଭା ପୋଲିସ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଚିକିତ୍ସା ପରେ ମାଲଭିଙ୍କକ ଅବସ୍ଥା ସୁଧାରୁଛି ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।