ଅଭିନେତ୍ରୀ ନତାଶା ସୁରୀଙ୍କୁ କରୋନା

ମୁମ୍ବାଇ : ଅଭିନେତ୍ରୀ ନତାଶା ସୁରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୋସିଆଲ୍ ମିଡିଆରେ ସେ ଏନେଇ ସୂଚନା ଦେଇଛନ୍ତି।

ନତାଶା କହିଛନ୍ତି ୬ଦିନ ତଳେ କିଛି ଜରୁରୀ କାମରେ ପୁଣେ ଯାଇଥିଲେ। ସେଠାରୁ ଆସିବା ପରେ ତଣ୍ଟିବ୍ୟଥା ଓ ଦୁର୍ବଳ ଅନୁଭବ କରିବାରୁ ୩ଦିନ ତଳେ କରୋନା ଟେଷ୍ଟ କରିଥିଲେ। ରିପୋର୍ଟ ପଜିଟିଭ ଆସିବାରୁ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି। ଏବେ ଔଷଧ ସେବନ କରିବା ସହିତ ଇମ୍ୟୁନିଟି ବୁଷ୍ଟର୍ସ ମଧ୍ୟ ନେଉଛନ୍ତି। ସେ କହିଛନ୍ତି ଜେଜେମା ଓ ଭଉଣୀମାନଙ୍କ ସହ ରୁହୁଛନ୍ତି। ସେମାନଙ୍କର ମଧ୍ୟ ଟେଷ୍ଟ କରିବେ। ନତାଶା ୨୦୧୬ ମସିହାରେ ମାଲାୟାଲମ ଫିଲ୍ମ ‘କିଙ୍ଗ୍ ଲାୟର’ରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ମତାମତ ଦିଅନ୍ତୁ ।