ଅଭିନେତ୍ରୀ ପାୟଲଙ୍କ ପାଇଁ ମାମଲା ଲଢିବେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷ କାଷ୍ଟିଂ କାଉଚ୍ ଓ ଦୁଷ୍କର୍ମ ଅଭିଯୋଗ ଆଧାରରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କକ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଖୁବଶୀଘ୍ର ଅନୁରାଗଙ୍କୁ ମୁମ୍ବାଇ ପୋଲିସ ସମନ କରିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ପାୟଲଙ୍କ ପାଇଁ କୋର୍ଟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠଓ୍ୱାଲେ ମାମଲା ଲଢ଼ିବେ। ଏହାଛଡା ଶ୍ରୀ ଆଠଓ୍ୱଲେ ଓ ପାୟଲ ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ସହ ସାକ୍ଷାତ୍ କରିବେ। ଆଠଓ୍ୱଲେ କହିଛନ୍ତି ମୁମ୍ବାଇ ପୋଲିସ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ତୁରନ୍ତ ଗିରଫ ନକଲେ ଆମେ ଧାରଣାରେ ବସିବୁ। ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ ମିଳିବା ପରେ ପାୟଲ ସୋଶାଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଅନୁରାଗଙ୍କ ନାଁରେ ପାୟଲ ମୁମ୍ବାଇର ଭର୍ସୋଓ୍ୱା ଥାନାରେ ଅଭିଯୋଗ କରିଥିଲେ। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ଅସନ୍ତୋଷ ବ୍ୟକ୍ତ କରି ଅନଶନରେ ବସିବାକୁ ଚେତାବନୀ ଦେଇଥିଲେ। ଏହି ପ୍ରସଙ୍ଗରେ ସେ କେନ୍ଦ୍ରମନ୍ତ୍ରୀ ଆଠଓ୍ୱଲେଙ୍କୁ ସାକ୍ଷାତ୍ କରିବା ପରେ ଉଭୟ ପ୍ରେସମିଟ୍ କରି ସୂଚନା ଦେଇଥିଲେ। ଏହାବ୍ୟତୀତ ପାୟଲ ରୁଚା ଚଡ୍ଡାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ରୁଚା ଏହି ମାମଲାରେ ଦ୍ୱିତୀୟ ମୁଖ୍ୟ ଅଭିଯୁକ୍ତ। ରୁଚାଙ୍କ ବିରୁଦ୍ଧରେ ପାୟଲ ଭର୍ସୋଭା ଥାନାରେ ଅଭିଯୋଗ କରିବାରୁ ମାମଲା ରୁଜୁ ହୋଇଥିବା ବେଳେ ଏକ ମାନହାନି ନୋଟିସ ପଠାଯାଇଛି।

ମତାମତ ଦିଅନ୍ତୁ ।