ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ କନ୍ୟା ପୂଜା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ନବରାତ୍ରି ଅବସରରେ କନ୍ୟା ପୂଜା କରିଛନ୍ତି। ଏହାର ଭିଡ଼ିଓକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ଏବେ ଭାଇରାଲ ହେଉଛି।

ଅଭିନେତ୍ରୀ ଶିଲ୍ପା ସେୟାର କରିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ସେ ପ୍ରଥମେ ନିଜ ଝିଅ ସମୀସା ପାଦରେ ଚନ୍ଦନ ଲଗାଉଛନ୍ତି। ପରେ ନିମନ୍ତ୍ରଣ କରିଥିବା ୮ଜଣ ଅନ୍ୟ କନ୍ୟାଙ୍କ ପାଦ ଧୋଇବା ସହିତ ଆରତୀ କରି ଖାଦ୍ୟ ପରଷୁଛନ୍ତି। କରୋନାର ସମସ୍ତ ନିୟମ ଭିତରେ ଏହାକୁ ପାଳନ କରିଥିବା ଶିଲ୍ପା ଟ୍ଵିଟରେ କହିଛନ୍ତି। ଏହି ଭିଡିଓକୁ ଦୁଇ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଶିଳ୍ପାଙ୍କ କନ୍ୟା ପୂଜାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ମତାମତ ଦିଅନ୍ତୁ ।