ଅଭିନେତ୍ରୀ ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନମ, ଆସିଫ୍ ଖାନ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଗାଜିଆବାଦର ଏକ ବିବାଦୀୟ ଭିଡିଓ ଟ୍ୱିଟକୁ ଅଭିଯୋଗ ହୋଇଛି। ଦିଲ୍ଲୀର ତିଲକ ମାର୍ଗ ଥାନାରେ ଏହି ଅଭିଯୋଗ କରିଛନ୍ତି ଓକିଲ ଅମିତ ଆଚାର୍ଯ୍ୟ।

ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚାର ଅଭିଯୋଗରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର, ଏକ ସମାଚାର ପୋର୍ଟାଲର ୬ ଜଣ ଲୋକଙ୍କ ବିରୋଧରେ ପୂର୍ବରୁ ମାମଲା ରୁଜୁ କରିଥିଲା। ଏହି ଭିଡିଓରେ ଗାଜିଆବାଦର କିିଛି ଲୋକ ବୟସ୍କ ମୁସଲିମଙ୍କ ଉପରେ ଆକ୍ରମଣ କରିଥିବା ନେଇ କିଛି କହୁଥିବା ଦେଖିବାକୁ ମଳିଥିଲା। ସାଂପ୍ରଦାୟିକ ହିଂସାକୁ ଉସକାଇବାକୁ ଏଭଳି ଭିଡିଓ ଭାଇରାଲ କରାଯାଇଛି ବୋଲି ପୋଲିସ କହିଛି।

ଗାଜିଆବାଦର ଲୀନ ସୀମା ଥାନାରେ ସ୍ଥାନୀୟ ପୋଲିସକର୍ମୀ ଏନେଇ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ମଙ୍ଗଳବାର ରାତିରେ ପୋଲିସ ଅଭିଯୋଗ ଗ୍ରହଣ କରିଥିଲା। ସାଂପ୍ରଦାୟିକ ହିଂସା ଉସକାଇବା ଉଦ୍ଦେଶ୍ୟରେ ଭିଡିଓ ପ୍ରସାରିତ ହେବାକୁ ଅନୁମତି ଦେଇଥିବା ଅପରାଧରେ ଟ୍ୱିଟର ଇଙ୍କ୍, ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ, ସମାଚାର ୱେବସାଇଟ୍ ‘ଦି ବାୟର’, ପତ୍ରକାର ମହମ୍ମଦ ଜୁବେର ଓ ରାଣା ଆୟୁବ, କଂଗ୍ରେସ ନେତା ସଲମାନ ନୀଜାମୀ, ମସକ୍ୟୁ ଓସ୍ମାନୀ, ଡ.ଶାମା ମହମ୍ମଦ ଓ ଲେଖିକା ସବା ନକବୀଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.