ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ କରୋନା

ମୁମ୍ବାଇ : ବାହୁବଳୀ ଫିଲ୍ମ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ। ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା କୁହାଯାଉଛି।

ଅଭିନେତ୍ରୀ ତମନ୍ନା କିଛିଦିନ ହେବ ହାଇଦ୍ରାବାଦରେ ରହି ନିଜ ଓ୍ଵେବ୍‌ସିରିଜ୍‌ର ସୁଟିଂରେ ବ୍ୟସ୍ତ ଥିଲେ। ଇଟି ଟାଇମ୍ସର ରିପୋର୍ଟ ଅନୁଯାୟୀ ସୁଟିଂ ସମୟରେ ତମନ୍ନାଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତମନ୍ନାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି। କିନ୍ତୁ ତମନ୍ନା ନିଜ ସୋସିଆଲ ଆକାଉଣ୍ଟରେ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି।

ମତାମତ ଦିଅନ୍ତୁ ।