ଅଭିନେତ୍ରୀ ତାପସୀ ପନ୍ନୁ ଓ କଙ୍ଗନା ରାଣାୱତ ମୁହାଁମୁହିଁ

ମୁମ୍ବାଇ : ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ କାର୍ଯ୍ୟାଳୟରେ ମାର୍ଚ୍ଚ ୩ରେ ହୋଇଥିଲା ଆଇଟି ରେଡ୍। ଏହି ଘଟଣା ପରେ ଅଭିନେତ୍ରୀ ତାପସୀଙ୍କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ଏହା ପୂର୍ବରୁ ମଧ୍ୟ ଦୁଇ ଅଭିନେତ୍ରୀଙ୍କ ମଧ୍ୟରେ ଟୁଇଟର ୱାର ଦେଖିବାକୁ ମିଳିଥିଲା। ଏବେ ପୁଣି ସେଇ ପରିସ୍ଥିତି ହୋଇଛି।

ଖବର ଅନୁଯାୟୀ ଆଇଟି ରେଡ୍ ପରେ ତାପସୀ ଟୁଇଟ କରିଥିଲେ ତିନିଦିନ ଧରି ଆୟକର ବିଭାଗର ଚଢ଼ଉ କରି ଯେଉଁସବୁ ତଥ୍ୟ ସାମ୍ନାକୁ ଆଣିଛି ସେଥିରେ ଉଲ୍ଲେଖ ଅଛି ପ୍ୟାରିସରେ ମୋର ଏକ ବଙ୍ଗଳା ରହିଛି। ମୋ ପାଖରୁ ପାଞ୍ଚ କୋଟି ଟଙ୍କାର ରସିଦ ମିଳିଛି। ଏହା ସଂପୂର୍ଣ୍ଣ ମିଥ୍ୟା। କେବଳ ସେତିକି ନୁହେଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ୨୦୧୩ରେ ମୋ ଘର ଉପରେ ଚଢ଼ଉ କରାଯାଇଥିଲା। ତାହା ମଧ୍ୟ ମିଛ। କାରଣ ୨୦୧୩ରେ ମୋ ଘରେ କୌଣସି ପ୍ରକାରର ଚଢ଼ଉ ହୋଇନଥିଲା। ଏ ୩ଟି ବିଷୟ ଜଣାଇବା ସହ ‘ମୁଁ ଆଉ ଶସ୍ତା ନୁହେଁ’ ବୋଲି ଲେଖିଥିଲେ ତାପସୀ। ହେଲେ ପୂର୍ବରୁ କଙ୍ଗନା ତାପସୀଙ୍କୁ ଶସ୍ତା ଅଭିନେତ୍ରୀ ବୋଲି କହିଥିଲେ। ତାପସୀଙ୍କ ଟୁଇଟ କଙ୍ଗନାଙ୍କୁ ଜବାବ ବୋଲି ଚର୍ଚ୍ଚା ହୋଇଥିଲା।

ଏହି ଘଟଣାରେ କଙ୍ଗନା ନୀରବ ନରହି ତାପସୀଙ୍କ ଟୁଇଟର ଜବାବ ଦେଇଛନ୍ତି। ଆଉ କହିଛନ୍ତି ତୁମେ ଶସ୍ତା ଥିଲ, ସବୁବେଳେ ଶସ୍ତା ରହିବ। ୨୦୧୩ରେ ତୁମ ରିଙ୍ଗ ମାଷ୍ଟରଙ୍କ ଘର ଉପରେ ଆୟକର ଫାଙ୍କି ନେଇ ଚଢ଼ଉ କରାଯାଇଥିଲା। ଯଦି ତୁମେ ଚୋରି କରି ନାହଁ, ତେବେ ତୁମ ପାଇଁ କୋର୍ଟ ଖୋଲା ଅଛି। କୋର୍ଟକୁ ଯାଅ ଓ ନିଜକୁ ନିର୍ଦ୍ଦୋଷ ପ୍ରମାଣ କର ବୋଲି କଙ୍ଗନା ଆହ୍ଵାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button