ଅଭିନେତ୍ରୀଙ୍କ ପାଇଁ ପୁରା ଟିମ୍‌ କରିବେ କରୋନା ଟେଷ୍ଟ

ମୁମ୍ବାଇ : ଟିଭି ସିରିଏଲ୍ ‘ମ୍ୟାଡମ୍ ସାର୍’ ରେ ଏସ୍‌ଏଚ୍‌ଓ ହସିନା ମଲିକ୍ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଗୁଲ୍କି ଯୋଶୀ କରୋନା ସଂକ୍ରମିତ। ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ କରୋନା ପରୀକ୍ଷା କରିଥିଲେ। ରବିବାର ରିପୋର୍ଟ ପଜିଟିଭ୍‌ ଆସିଛି। କିନ୍ତୁ ତାଙ୍କ ପାଇଁ ଏବେ ସୁଟିଂ କାର୍ଯ୍ୟରେ ନିଯୋଜିତ ପୁରା ଟିମ କରୋନା ଟେଷ୍ଟ କରିବେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଗୁଲ୍କି ଯୋଶୀଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ କ୍ଵାରେଣ୍ଟାଇନରେ ରହିବା କଥା। କିନ୍ତୁ ତାଙ୍କୁ ଅଧା ରହିଥିବା ସୁଟିଂ ପୂରା କରିବାକୁ କୁହାଯାଇଥିଲା। ଲୋକଙ୍କ ଗହଳି ସ୍ଥାନରେ ସୁଟିଂ ସରିବା ପରେ ଗୁଲ୍କି ହୋମ୍‌ କ୍ଵାରେଣ୍ଟାଇନରେ ରହିଥିଲେ। ସୁଟିଂ ବନ୍ଦ ହୋଇଯିବା ଆଶଙ୍କାରେ ଗୁଲ୍କିଙ୍କ କରୋନା ଖବର ଚପାଇ ଦିଆଯାଇଥିଲା। ହେଲେ ଗୁଲ୍କି ସୋସିଆଲ ମିଡିଆରେ କହିଥିଲେ ସେ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ଜଣାପଡିଛି ପୁରା ଟିମ୍‌କୁ କରୋନା ପରୀକ୍ଷା କରାଇବାକୁ ପଡ଼ିବ। ଏସବୁ ପରେ ମଧ୍ୟ ସୁଟିଂ ବନ୍ଦ ହୋଇନାହିଁ। ଗୁଲ୍କି ଯୋଶୀ ଅକ୍ଟୋବର ୨୫ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।